fbpx

ସେପ୍ଟେମ୍ବରରେ ହେବାକୁ ଯାଉଛି ବୁଦ୍ଧାଦିତ୍ୟ ଯୋଗ; ଏହି ରାଶିରେ ସୁଧୁରିବ ଆର୍ଥିକ ସ୍ଥିତି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ରାଶି ପରିବର୍ତ୍ତନ ମହତ୍ୱ ରହିଛି । ଅନେକ ଥର ଗ୍ରହ ଚଳନ ଯୋଗୁଁ ଶୁଭ ଯୋଗ ହୋଇଥାଏ । ସୂର୍ଯ୍ୟ ତଥା ବୁଧ ଗୋଟିଏ ରାଶିରେ ହେବା ଯୋଗୁଁ ବୁଦ୍ଧାଦିତ୍ୟ ଯୋଗ ହୋଇଥାଏ । ୧୭ ସେପ୍ଟେମ୍ବର ପରେ ବୁଧ ଏବଂ ସୂର୍ଯ୍ୟ ଗୋଟିଏ ରାଶି ସିଂହରେ ବିରାଜମାନ ହେବେ । ତେବେ ଆସନ୍ତୁ ଜାଣିବା ଏହି ଶୁଭ ଯୋଗ କେଉଁ ରାଶିଙ୍କ ଶୁଭ ହେବ:

ମେଷ- ମେଷ ରାଶିଙ୍କ ପାଇଁ ଏହି ଅବଧି ଶୁଭ ହେବ । ଛାତ୍ରଙ୍କ ପାଇଁ ଏହି ଅବଧି ଲାଭକାରୀ ହେବ । ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ଜାତକଙ୍କୁ ଶୁଭ ଫଳ ମିଳିବ । ଆୟରେ ବୃଦ୍ଧି ଯୋଗ ସୃଷ୍ଟି ହେବ ।

ମିଥୁନ- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବୁଦ୍ଧାଦିତ୍ୟ ଯୋଗ ଲାଭଦାୟକ ହେବ । ଏହି ସମୟରେ ଆପଣଙ୍କୁ ସକାରାତ୍ମକ ପରିମାଣ ମିିଳିବ । ବ୍ୟବସାୟୀଙ୍କୁ ଲାଭ ହେବ । ନୂଆ ଚାକିରି ମିଳିପାରେ ।

କର୍କଟ- କର୍କଟ ରାଶି ଜାତକଙ୍କ ପାଇଁ ଏହି ସମୟ କୌଣସି ବରଦାନ ଠାରୁ କମ୍ ନୁହେଁ । ଏହି ସମୟରେ ଅନ୍ୟ ଆୟରେ ଲାଭ ହେବ । ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ । ଆର୍ଥିକ ସ୍ଥିତି ମଜବୁତ ହେବ ।

ଧନୁ- ଧନୁ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ବୁଦ୍ଧାଦିତ୍ୟ ଯୋଗ ଶୁଭ ଏବଂ ଉତ୍ତମ ରହିବ । ଏହି ସମୟରେ ଧନ ଲାଭ ତଥା ଉନ୍ନତି ହୋଇାପାରେ । ଧନ ନିବେଶ ମଧ୍ୟ ଆପଣଙ୍କ ପାଇଁ ଭଲ ହୋଇପାରେ । ଛାତ୍ରଙ୍କ ପାଇଁ ସମୟ ଅନୁକୂଳ ହୋଇପାରେ ।

Get real time updates directly on you device, subscribe now.