fbpx

ଦୁନିଆର ଦ୍ଵିତୀୟ ବିତ୍ତଶାଳୀ ବ୍ୟକ୍ତି ହେବାର ନିକଟତର ଗୌତମ ଅଦାନୀ

ନୂଆଦିଲ୍ଲୀ: ଦୁନିଆର ଶୀର୍ଷ ୧୦ ଧନଶାଳୀ ବ୍ୟକ୍ତିଙ୍କ ତାଲିକାରେ ଲଗାତାର ଉପରକୁ ଉଠି ଚାଲିଛନ୍ତି ଗୌତମ ଅଦାନୀ । ସେ ଆମାଜନର ଜେଫ ବେଜୋସଙ୍କୁ ପଛରେ ପକାଇ ପୁଣି ଥରେ ତୃତୀୟ ସ୍ଥାନ ଦଖଲ କରିଛନ୍ତି। ଏବେ ତାଙ୍କର ନଜର ଦ୍ଵିତୀୟ ସ୍ଥାନ ଉପରେ ରହିଛି। ବର୍ତ୍ତମାନ ଦୁନିଆର ଦ୍ଵିତୀୟ ସବୁଠୁ ବଡ ବିତ୍ତଶାଳୀ ବ୍ୟକ୍ତି ବର୍ଣ୍ଣାର୍ଡ ଆରନଲ୍ଟ ଏବଂ ଗୌତମ ଅଦାନୀଙ୍କ ମଧ୍ୟରେ ବ୍ୟବଧାନ ବହୁତ କମ ରହିଛି।
ଫୋବର୍ସର ରିୟଲ ଟାଇମ ବିଲେନିୟର୍ସ ଇଣ୍ଡେକ୍ସ ଅନୁଯାୟୀ, ଅଦାନୀ ଗ୍ରୁପର ଚେୟାରମ୍ୟାନ ଗୌତମ ଅଦାନୀଙ୍କ ମୋଟ୍ ସଂପତ୍ତିର ପରିମାଣ ବଢି ୧୪୮.୮ ବିଲିୟନ ଡଲାରରେ ପହଞ୍ଚିଛି। ଏଥିସହ ସେ ଶୀର୍ଷ-୧୦ ତାଲିକାରେ ପୁଣି ଥରେ ତୃତୀୟ ସ୍ଥାନକୁ ଉଠିଛନ୍ତି। ବିଗତ ଦିନରେ ଫ୍ରାନ୍ସର ବିଲେନିୟର ବର୍ଣ୍ଣାର୍ଡ ଆରନଲ୍ଟଙ୍କୁ ପଛରେ ପକାଇ ଅଦାନୀ ତୃତୀୟ ସ୍ଥାନକୁ ଉଠିଥିଲେ। ତେବେ ଆରନଲ୍ଟଙ୍କ ସଂପତ୍ତିରେ ବୃଦ୍ଧି କାରଣରୁ ବର୍ତ୍ତମାନ ସେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

ଗୌତମ ଅଦାନୀ ଏବଂ ଦ୍ଵିତୀୟ ସ୍ଥାନରେ ଥିବା ବର୍ଣ୍ଣାର୍ଡ ଆରନଲ୍ଟଙ୍କ ସଂପତ୍ତି ମଧ୍ୟରେ ସ୍ଵଲ୍ପ ବ୍ୟବଧାନ ରହିଛି। ଉଭୟଙ୍କ ସଂପତ୍ତିରେ ସଂପ୍ରତି ୬.୧ ବିଲିୟନ ଡଲାରର ବ୍ୟବଧାନ ରହିଛି। ଯେଉଁ ହିସାବରେ ଅଦାନୀଙ୍କ ସଂପତ୍ତି ବଢିବାରେ ଲାଗିଛି, ସେ ଶୀଘ୍ର ଦୁନିଆର ସବୁଠୁ ବଡ ଦ୍ଵିତୀୟ ଧନୀ ହୋଇ ପାରନ୍ତି।

ଫୋବର୍ସ ତାଲିକା ଅନୁଯାୟୀ, ଭାରତୀୟ ଉଦ୍ୟୋଗପତି ତଥା ଏସିଆର ଏକ ନମ୍ବର ଧନୀ ଗୌତମ ଅଦାନୀଙ୍କ ଉପରେ କେବଳ ଦୁଇ ଜଣ ବିଲେନିୟର ରହିଛନ୍ତି। ଟେସ୍ଲା ସିଇଓ ଏଲନ ମସ୍କ ବିଶ୍ଵର ସବୁଠୁ ବିତ୍ତଶାଳୀଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି। ତାଙ୍କର ମୋଟ୍ ସଂପତ୍ତିର ପରିମାଣ ୨୫୩.୪ ବିଲିୟନ ଡଲାର ରହିଥିବା ବେଳ୩େ ୧୫୪.୯ ବିଲିୟନ ଡଲାରର ସଂପତ୍ତି ସହ ବର୍ଣ୍ଣାର୍ଡ ଆରନଲ୍ଟ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।

Get real time updates directly on you device, subscribe now.