fbpx

Video: ରାୟଗଡା ବନ ବିଭାଗ ଅଧିକାରୀ DFOଙ୍କ ଦୁର୍ବ୍ୟବହାର ନେଇ ସହରରେ ଚାଞ୍ଚଲ୍ୟ

ରାୟଗଡ଼ା: ଗଛ ଲଗେଇବା ନାମରେ ଦୁର୍ନତି ଅଭିଯୋଗ ନେଇ ଏକ ଦାବିପତ୍ର କିଛି ସାମାଜିକ କର୍ମୀ ପ୍ରଦାନ ବେଳେ ରାୟଗଡା DFOଙ୍କ ଦୁର୍ବ୍ୟବହାର କରିବା ଭଳି ନିନ୍ଦନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ସହରରେ। ଯାହାକୁ ନେଇ ସାରା ସହରରେ ଚଞ୍ଚଲ୍ୟ ସୃଷ୍ଟି କରିଛି, ତେବେ ବିଭାଗୀୟ କର୍ତ୍ତୃପକ୍ଷ କ୍ୟାମରା ସାମନାରେ ମୁହଁ ଖୋଲୁନାହାନ୍ତି।

ପରିବେଶ ପ୍ରଦୂଷଣ ରୋକିବା, ଜଙ୍ଗଲ ବୃଦ୍ଧି କରିବା ଓ ପାହାଡ଼ ରେ ଗଛ ଲଗେଇବା ପାଇଁ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ଅନୁଦାନ ଆସୁଥିଲେ ମଧ୍ୟ ତାହାର ବ୍ୟତିକ୍ରମ ଦେଖାଦେଇଛି। ରାୟଗଡା ବନବିଭାଗ ଅଧୀନରେ ଥିବା ଗୁମା, କୁମ୍ବିକଟା, ନାକିଟି, କୁଟୁଳି ଅଞ୍ଚଳରେ କାର୍ଯ୍ୟରତ ବିଭାଗୀୟ କର୍ମଚାରୀ ମାନେ ଜଙ୍ଗଲରେ ଗଛ ଲଗେଇବା ପରିବର୍ତ୍ତେ ଚାରା ଗୁଡାକ ନଦୀ ନାଳ ରେ ଫୋପାଡି ଦିଆଯାଇଥିବା ନେଇ ଏକ ଦାବିପତ୍ର କିଛି ସାମାଜିକ କର୍ମୀ ପ୍ରଦାନ ବେଳେ ରାୟଗଡା DFOଙ୍କ ନାଲି ଆଖି ଦେଖାଇ ଦୁର୍ବ୍ୟବହାର କରିଥିବା ଅଭିଯୋଗ ମିଳିଛି। ଏହାକୁ ନେଇ ସାରା ସହରରେ ଏହାକୁ ନିନ୍ଦା କରିବା ସହ ଏବେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.