fbpx

ଟି-୨୦ ବିଶ୍ୱକପ୍‌ରୁ ବାଦ୍ ପଡ଼ିଲେ ରବୀନ୍ଦ୍ର ଜାଡ଼େଜା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅନ୍ୟତମ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଆହତ କାରଣ ନେଇ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି। ୟୁନାଇଟେଡ ଆରବ ଏମିରେଟ୍ସ୍‌ରେ ଚାଲିଥିବା ଏସିଆ କପ୍‌ର ପାକିସ୍ତାନ ଓ ହଂକଂ ବିକ୍ଷ ମ୍ୟାଚ୍ ଖେଳିବା ପରେ ସେ ଆହତ ହୋଇ ପରବର୍ତ୍ତୀ ମ୍ୟାଚ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ ଦୁବାଇରେ ରହୁଥିବା ଭାରତୀୟ ଦଳ ହୋଟେଲ୍‌ରେ ଜାଡ଼େଜା କେତେକ ୱାଟରବେସ୍ ଟ୍ରେନିଂ ଆକ୍ଟିଭିଟି କରିବା ବେଳେ ଆହତ ହୋଇଥିଲେ। ସେ ସ୍କାଇବୋର୍ଡ ଆକ୍ଟିଭିଟି କରୁଥିବା ବେଳେ ହଠାତ୍ ତାଙ୍କର ଗୋଡ଼ ଖସିଯାଇଥିଲା।

ତେଣୁ ତାଙ୍କ ଆଣ୍ଠୁରେ ପ୍ରବଳ ଆଘାତ ଲାଗିବା ଯୋଗୁ ସେ ତୁରନ୍ତ ମୁମ୍ବାଇ ଫେରିଆସି ଅସ୍ତ୍ରୋପଚାର କରିଛନ୍ତି। ତେଣୁ କିଛି ଦିନ ପାଇଁ ସେ କୌଣସି ମ୍ୟାଚ୍ ଖେଳି ପ।ରିବେ ନାହିଁ । ଅନ୍ୟପକ୍ଷରେ ସେ ସ୍କାଇବୋର୍ଡ ଆକ୍ଟିଭିଟି କରିବା ନେଇ ପ୍ରଶ୍ନ କରାଯାଇଛି । କାରଣ ଭାରତୀୟ ଦଳ ପାଇଁ ଏହି ପ୍ରକାର ଅଭ୍ୟାସ କିମ୍ବା ଆକ୍ଟିଭିଟି କରିବା ବ୍ୟବସ୍ଥା ନଥିବା ବେଳେ ସେ ଏପରି ଦୁଃସାହସିକ କାର୍ଯ୍ୟ କାହିଁକି କଲେ, ତାହା ସନ୍ଦେହ ଘେରକୁ ଆସିଛି।

Get real time updates directly on you device, subscribe now.