fbpx

ଲକ ଡାଉନ ପାଇଁ ମହାରାଷ୍ଟ୍ର ରୁ ସାଇକେଲ ରେ ଯାଜପୁର

ଭୁବନେଶ୍ୱର,୧୦.୪(ଓଡ଼ିଶା ଭାସ୍କର):ଦେଶ ସାରା ଲକ ଡାଉନ ରାଜ୍ୟ ସୀମା ସିଲ । ପେଟ ପାଇଁ ନିଜ ଗାଁ ଯାଜପୁର ରୁ ମହାରାଷ୍ଟ୍ର କୋଲାବ ଯାଇଥିଲେ ଯୁବକ । ହେଲେ ଲକ ଡାଉନ ପାଇଁ ବନ୍ଦ ହେଲା କମ୍ପାନୀ । ସେପଟେ ଚାଲିବା ପାଇଁ ଥିବା ରାସନ ଶେଷ । ବାହାର ରାଜ୍ୟ ହାତ ପତେଇବେ କାହାକୁ । ଉପରେ ପୁଣି ମହାରାଷ୍ଟ୍ର ରେ ଦିନକୁ ଦିନ ବଢ଼ି ଚାଲିଲା କରୋନା ଆକ୍ରାନ୍ତ ଙ୍କର ସଂଖ୍ୟା । ଇଛା ଥିଲେ ଉପାୟ ଆସିବା ଭଳି ଯୁବକ ଜଣଙ୍କ ବାହାର କଲେ ନିଜ ୨୪ଇଂଚିଆ ସାଇକେଲ । ମାରି ଚାଲିଲେ ପେଡାଲ । ସାଙ୍ଗରେ ଥିଲା କିଛି ବିସ୍କୁଟ ପ୍ୟାକେଟ ଓ ପାଣି ବୋତଲ । ଏପ୍ରିଲ ୧ତାରିଖ ରେ ମହାରାଷ୍ଟ୍ର ଛାଡିଲେ । ଦିନ ରାତି ସାଇକେଲ ଚଳାଇ ୮ଦିନ ପରେ ଯାଜପୁର ରେ ପହଁଚିଲେ । ଅବଶ୍ୟ ଯାଜପୁର ରେ ପହଂଚିବା ପରେ ରାଜ୍ୟ ସରକାର ଙ୍କ ନିୟମ ମୁତାବକ ତାଙ୍କୁ ସଙ୍ଗ ରୋଧ ରେ ରହିବାକୁ ପଡିଛି । କିନ୍ତୁ ତାଙ୍କ ଏହି ସାହସିକ ୧୩୦୦ କିଲୋମିଟର ଯାତ୍ରାକୁ କେହିବି ତାରିଫ ନକରି ରହିପାରୁନାହାଁନ୍ତି ।

Get real time updates directly on you device, subscribe now.