fbpx

୧୧୫୦ ସହକାରୀ ଶିକ୍ଷକ ପାଇଲେ ପଦୋନ୍ନତି, ପ୍ଲେସ୍ ଅଫ୍ ପୋଷ୍ଟିଂକୁ ନେଇ ଅଭିଯୋଗ ଆଣିଲା OSSTA

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଶିକ୍ଷକଙ୍କର ଦୀର୍ଘଦିନର ପ୍ରତିକ୍ଷାର ଅନ୍ତ ଘଟିଛି । ୧୧୫୦ ଜଣ ସହକାରୀ ଶିକ୍ଷକ (ଜୁନିୟର ଏସଇଏସ)ଙ୍କୁ ପ୍ରଧାନଶିକ୍ଷକ (ସିନିୟର ଏସଇଏସ) ପଦବୀକୁ ପ୍ରମୋସନ ପାଇଛନ୍ତି । ଗତ ଦୁଇବର୍ଷ ମଧ୍ୟରେ ଦୁଇ ଥର ଜୁନିୟର ଏସଇଏସରୁ ସିନିୟର ଏସଇଏସ ପଦବୀକୁ ପ୍ରମୋସନ ଦିଆଯାଇଛି ।

ତେବେ ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ ସ୍ୱାଗତ କରାଯାଇଛି । ଏଥିସହିତ ପଦୋନ୍ନତି ପାଇ ବିଭିନ୍ନ ବିଦ୍ୟାଳୟକୁ ଯାଇଥିବା ପ୍ରଧାନଶିକ୍ଷକଙ୍କ ପ୍ଲେସ୍ ଅଫ୍ ପୋଷ୍ଟିଂରେ ବ୍ୟାପକ ଅନିୟମିତତା କରାଯାଇଥିବା ଅଭିଯୋଗ ଆଣିଛି । ପୂର୍ବରୁ ପଦୋନ୍ନତି ସମୟରେ ପ୍ଲେସ୍ ଅଫ୍ ପୋଷ୍ଟିଂରେ ଯେଉଁସବୁ ମୋଡାଲିଟି ଗ୍ରହଣ କରାଯାଉଥିଲା, ତାହା ଚଳିତ ଥର କରାଯାଇନାହିଁ । ପ୍ରତ୍ୟକ୍ଷ କାଉନସେଲିଂ, ଅନଲାଇନ ଚଏସ କିମ୍ବା ବିକଳ୍ପ ସ୍ଥାନ ଚୟନ ମଗାଯାଇନାହିଁ ବୋଲି ଓଷ୍ଟା ପକ୍ଷରୁ କୁହାଯାଇଛି ।

ଏପରି ଏକତରଫା ଭାବେ ସ୍ଥାନ ନିରୂପଣ ଫଳରେ ଅଧିକ ବୟସ୍କ, ରୋଗଗ୍ରସ୍ତ ଶିକ୍ଷକମାନେ ଦୂର ସ୍ଥାନକୁ ଯାଇ ହୀନସ୍ତା ହେବେ । ଶିକ୍ଷୟିତ୍ରୀମାନେ ନିଜ ଘରଠାରୁ ଦୂର ସ୍ଥାନକୁ ଯିବାକୁ ବାଧ୍ୟ ହେବେ । ଚାକିରି କ୍ଷେତ୍ରରେ ସ୍ୱାମୀ-ସ୍ତ୍ରୀ ଏକତ୍ର ରହିବାର ବ୍ୟବସ୍ଥା ଥିଲେ ହେଁ ତାହାକୁ ଗୁରୁତ୍ୱ ଦିଆଯାଇନାହିଁ । ଗଣଶିକ୍ଷା ବିଭାଗ ଓ ବିଭାଗୀୟ ଶାସନ ସଚିବ ଏନେଇ ଦୃଷ୍ଟି ଦେଇ ବିଚାର କରିବାକୁ ଓଷ୍ଟା ପକ୍ଷରୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.