fbpx

ପିତୃ ଅମାବାସ୍ୟା ବା ମହାଳୟାରେ କରନ୍ତୁ ନାହିଁ ଏହି ଭୁଲ : ନଚେତ ଭୋଗିପାରନ୍ତି ଅନେକ ସମସ୍ୟା

ହିନ୍ଦୁ ଧର୍ମ ଅନୁସାରେ ପ୍ରତ୍ୟେକ ପୂଜା ପର୍ବର କିଛି ନା କିଛି ମହତ୍ୱ ଏବଂ ବିଶେଷତ୍ୱ ରହିଥାଏ ।ଯାହାକି ସେହି ପୂଜାକୁ ସମସ୍ତ ପୂଜାଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର କରିଥାଏ । ତେବେ ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ ପୂର୍ଣ୍ଣିମାରୁ ପିତୃପକ୍ଷ ଅରମ୍ଭ ହୋଇ ଆଶ୍ୱିନ ମାସ ସର୍ବ ପିତୃ ଅମାବାସ୍ୟା ବା ମହାଳୟା ଅମାବାସ୍ୟାରେ ଶେଷ ହୋଇଥାଏ । ଯାହାକି ଚଳିତ ମାସ ୨୫ ତାରିଖରେ ପଡୁଛି । ଏହି ଦିନ ପିତୃ ପୁରୁଷ ନିଜ ସ୍ଥାନକୁ ଫେରି ଯାଆନ୍ତି ,ଯେଉଁଥିପାଇଁ ପିତୃପକ୍ଷର ଏହି ଅନ୍ତିମ ଦିନ ଅତ୍ୟନ୍ତ ରୁରୁତ୍ୱପୂର୍ଣ୍ଣ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହି ଦିନ ଏପରି କିଛି କାର୍ଯ୍ୟ ଅଛି ଯାହାକୁ କରିବା ଦ୍ୱାରା ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏଥିସହିତ ପିତୃ ପୁରୁଷମାନେ ମଧ୍ୟ କୋପ ଦୃଷ୍ଟି ପକାଇଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ମହାଳୟା ବା ସର୍ବ ପିତୃ ଅମାବାସ୍ୟା କେଉଁ କାର୍ଯ୍ୟ କରିବାକୁ ବାରଣ କରିଯାଇଛି ।

ସର୍ବ ପିତୃ ଅମାବାସ୍ୟା ବା ମହାଳୟା ଦିନ କରନ୍ତୁ ନାହିଁ ଏହି ଭୁଲ:

୧-ସର୍ବ ପିତୃ ଅମାବାସ୍ୟା ଦିନ ସେହି ପିତୃ ପୁରୁଷଙ୍କ ପିଣ୍ଡଦାନ କରନ୍ତୁ ଯାହାଙ୍କ ମୃତ୍ୟୁ ତିଥି ଜଣା ଥିବ କିମ୍ବା ଯିଏ ଅମାବାସ୍ୟାରେ ମୃତ୍ୟୁବରଣ କରିଥିବେ । ଏପରି ନକରିଲେ ପିତୃପୁରୁଷଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ରହିବ । ଯାହାଫଳରେ ଆପଣ ଅନେକ ସମୟରେ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ।

୨- ଏହି ସର୍ବ ପିତୃ ଅମାବାସ୍ୟା ଅର୍ଥାତ ମହାଳୟା ଦିନ ଭୁଲରେ ବି କେଶ ଏବଂ ନଖ କାଟନ୍ତୁ ନାହିଁ । ନଚେତ୍ ଆପଣ ଏକ ଭୟଙ୍କର ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି ।

୩- ମହାଳୟା ଦିନ ଆମିଶ ଖାଆନ୍ତୁ ନାହିଁ କିମ୍ବା ମଦ୍ୟପାନ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ପିତୃପୁରୁଷ କ୍ରୋଧିତ ହୋଇ ପାରନ୍ତି ଏବଂ ଆପଣଙ୍କୁ ଅଭିଶାପ ମଧ୍ୟ ଦେଇ ପାରନ୍ତି । ଯାହାଫଳରେ ଆପଣଙ୍କ ଜୀବନରେ ସର୍ବଦା ଅଶାନ୍ତି ଲାଗି ରହିବ ।

୪-ସର୍ବ ପିତୃ ଅମାବାସ୍ୟା ଦିନ କୌଣସି ଗରିବ ବ୍ୟକ୍ତି କିମ୍ବା ପଶୁକୁ ଘର ଆଗରୁ ଫେରାଇ ଦିଅନ୍ତୁ ନାହିଁ । ସେମାନଙ୍କୁ ନିଜ ସାମର୍ଥ ଅନୁସାରେ ଭୋଜନ ଦିଅନ୍ତୁ । ଏହି ଦିନ କୌଣସି ବ୍ୟକ୍ତିଙ୍କୁ ଅଟା, ତେଲ, ଲୁଣ ଆଦି ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

୫- ଏହି ମହାଳାୟା ଦିନ ପିଆଜ,ରସୁଣ ମସୁର ଡାଲି , କୋଳଥ ଡାଲି, ଅଳସୀ ଆଦି ଖାଦ୍ୟ ସେବନ କରନ୍ତୁ ନାହିଁ । ଏହିଦିନ ସାତ୍ତ୍ୱିକ ଖାଦ୍ୟ ଭୋଜନ କରନ୍ତୁ ।

Get real time updates directly on you device, subscribe now.