fbpx

ଆଠ ବର୍ଷର ବାଳକର ତଣ୍ଟିରେ ଅଟକିଗଲା ଏକ କଏନ୍, ତିନି ଦିନ ପର୍ଯ୍ୟନ୍ତ ଚାଲିଲା ଡାକ୍ତରଙ୍କ ସଂଘର୍ଷ

ନୂଆଦିଲ୍ଲୀ: ଗୋଟିଏ ଆଠ ବର୍ଷର ଶିଶୁର ଗଳାରେ ଏକ କଏନ ଅଟକି ଯାଇଥିଲା । ତେବେ ସବୁଠାରୁ ଦୁଃଖର କଥା ହେଉଛି ଉକ୍ତ କଏନଟି ତିନି ଦିନ ପର୍ଯ୍ୟନ୍ତ ତଣ୍ଟିରେ ଲାଗି ରହିଥିଲା । ଏହାପରେ ଶିଶୁଟିର ଶରୀରରେ ଅନେକ ଜଟିଳ ସମସ୍ୟା ଦେଖାଦେଇଥିଲା । ତେବେ ପଶ୍ଚିମ ଦିଲ୍ଲୀର ମଣିପାଲ ହସ୍ପିଟାଲର ଡାକ୍ତରମାନେ ଉକ୍ତ ଶିଶୁର ସଫଳ ଚିକିତ୍ସା କରି ତାକୁ ନୂଆ ଜୀବନ ଦେବାରେ ସକ୍ଷମ ହୋଇଛନ୍ତି ।

କଏନଟି ଶିଶୁର ତଣ୍ଟିରେ ଅଟକି ରହିବା କାରଣରୁ ଶିଶୁଠାରେ ଏସୋଫେଜିୟଲ ପରଫୋରେଶନ ବା ଆହାର ନଳୀରେ ଛିଦ୍ର ନାମକ ଏକ ଦୁର୍ଲ୍ଲଭ ସମସ୍ୟା ଦେଖାଦେଇଥିଲା । ଶିଶୁଟିର ଆହାର ନଳୀରେ ଛିଦ୍ର ହେବା କାରଣରୁ ତା’ର ଫୁସଫୁସରେ ମଧ୍ୟ ସମସ୍ୟା ଦେଖାଦେଇଥିଲା । ତିନି ଦିନ ଧରି କଏନ ଅଟକି ରହିବା ଫଳରେ ଶିଶୁଟି ବ୍ରୋକିୟଲ ନିମୋନିମାରେ ସଂକ୍ରମିତ ହୋଇଥିଲା ।

ଯଦି ଶିଶୁଟିର ଚିକିତ୍ସ ଠିକ୍ ସମୟରେ କରାଯାଇ ନଥାନ୍ତା, ତେବେ ତା’ର ଆହାର ନଳୀ ସବୁଦିନ ପାଇଁ ଖରାପ ହୋଇଯାଇଥାନ୍ତା । ଏବେ ଶିଶୁଟିର ଅସ୍ତ୍ରୋପଚାର ସଫଳ ହେବା ପରେ ତା’ର ତଣ୍ଟିରୁ କଏନକୁ ବାହାରକୁ କାଢ଼ି ଦିଆଯାଇଛି । ଶିଶୁଟିକୁ ଏନଜି ଟ୍ୟୁବ ଜରିଆରେ ଖାଦ୍ୟ ଦିଆଯାଉଛି । ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ପରେ ଶିଶୁଟି ଏବେ ପୁଣି ଥରେ ନୂଆ ଜୀବନ ପାଇଛି ।

Get real time updates directly on you device, subscribe now.