ମୃତ୍ୟୁ ପରେ କ’ଣ ହୁଏ ମୃତକଙ୍କ ଡକ୍ୟୁମେଣ୍ଟର? କେମିତି ହୋଇପାରେ ଏହାର ବ୍ୟବହାର…

ନୂଆଦିଲ୍ଲୀ: ଆଜିର ସମୟରେ ଆଧାର କାର୍ଡ, ପ୍ୟାନ୍ କାର୍ଡ, ଡ୍ରାଇଭିଙ୍ଗ୍ ଲାଇସେନ୍ସ, ଭୋଟର ଆଇଡି ଏବଂ ପାସପୋର୍ଟ ଭଳି ଡକ୍ୟୁମେଣ୍ଟ ବହୁତ ଜରୁରୀ । ସରକାରୀ ଅଫିସ୍ ହେଉ କିମ୍ବା ପ୍ରାଇଭେଟ ଅଫିସ୍, ଏହି ଡକ୍ୟୁମେଣ୍ଟ ବିନା କୌଣସି କାମ ହୋଇପାରେନାହିଁ । ଏହି ଡକ୍ୟୁମେଣ୍ଟକୁ ପରିଚୟ ପତ୍ର ସହ ଆଡ୍ରେସ ପ୍ରୁଫ୍ ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । କିନ୍ତୁ କେବେ ଆପଣ ଭାବିଛନ୍ତି ଯେ ଯଦି କେହି ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି ତେବେ ତାଙ୍କର ଦସ୍ତାବେଜର କ’ଣ କରିବାକୁ ପଡ଼େ?

ଜୀବନରେ କେବେ ନା’ କେବେ କାହା ସାଥିରେ ଏଭଳି ସ୍ଥିତି ଆସିଥାଏ, ଯେତେବେଳେ ତାଙ୍କର କେହି ପରିଜନ କିମ୍ବା ସମ୍ପର୍କୀୟଙ୍କୁ ହରାଇବାକୁ ପଡ଼ିଥାଏ । ଏମିତିରେ ପ୍ରଶ୍ନ ଉଠୁଛି ଯେ ମୃତ୍ୟୁ ପରେ ଏହି ଡକ୍ୟୁମେଣ୍ଟର କ’ଣ କରାଯିବ? ଏହାକୁ ସମ୍ଭାଳି ରଖିବା ଦରକାର? କିମ୍ବା ପୁଣି ଏହାକୁ ସମ୍ବନ୍ଧିତ ବିଭାଗରେ ଜମା କରିଦେବା ଦରକାର?

ପାନ୍ କାର୍ଡ:

କୌଣସି ପ୍ରକାରର ଆର୍ଥିକ କାରବାର ପାଇଁ ପାନ୍ କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ ହୋଇଥାଏ । ଏହା ଇନକମ୍ ଟ୍ୟାକ୍ସ ଭରିବା ହେଉ କିମ୍ବା ବ୍ୟାଙ୍କ୍ ଆକାଉଣ୍ଟ ଖୋଲିବା ପାଇଁ କିମ୍ବା ଲୋନ୍ ନେବା ପାଇଁ ଏହା ଜରୁରୀ ହୋଇଥାଏ । ତେବେ କେହି ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି ତେବେ ତାଙ୍କ ପାନ୍ କାର୍ଡକୁ ଇନକମ୍ ଟ୍ୟାକ୍ସ ବିଭାଗରେ ଜମା କରାଇଦେବା ଦରକାର ।

ଆଧାର କାର୍ଡ:

ଆଜିର ସମୟରେ ଆଧାର କାର୍ଡ ଏକ ବହୁତ ଜରୁରୀ ଦସ୍ତାବେଜ । ଏଥିପାଇଁ କେହିବି ଏହାର ସୂଚନା ନେଇ ଫ୍ରଡ କରିପାରନ୍ତି । ଏଥିପାଇଁ ମୃତକଙ୍କ କାର୍ଡର ଭୁଲ୍ ବ୍ୟବହାର ନହେଉ ଏ୍ଥିପାଇଁ ଏହାକୁ ୟୁଆଇଡିଏଆଇ ୱେବସାଇଟ ମାଧ୍ୟମରେ ଲକ୍ କରାଯାଇଥାଏ । ଆଧାର କାର୍ଡ କେବଳ ଲକ୍ କରାଯାଇପାରେ । ଏହା ସହ ଯିଦ କେହି ମୃତକଙ୍କ ଆଧାରକାର୍ଡରେ କୌଣସି ସରକାରୀ ଲିଙ୍କ୍ ରହିଥିବ ତେବେ ଏହାର ସୂଚନା ସମ୍ବନ୍ଧିତ ବିଭାଗକୁ ଦେବାକୁ ହେବ ।

ଭୋଟର କାର୍ଡ:

ଭୋଟର କାର୍ଡ ଏକ ଜରୁରୀ ଡକ୍ୟୁମେଣ୍ଟ । ଭୋଟର କାର୍ଡ ଦ୍ୱାରା ଜଣେ ବ୍ୟକ୍ତି ଭୋଟ୍ ଦେଇପାରିଥାଏ । ଭୋଟର କାର୍ଡ ୧୮ ବର୍ଷ ବୟସ ହେବାପରେ ହିଁ ହୋଇଥାଏ । ଅବଶ୍ୟ ଯଦି କାହାର ମୃତ୍ୟୁ ହେଉଛି ତେବେ ତାଙ୍କର ଭୋଟର କାର୍ଡ ଆପଣ ରଦ୍ଧ କରାଇପାରିବେ । ଏଥିପାଇଁ ଆପଣଙ୍କୁ ମୁଖ୍ୟ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟକୁ ଯାଇ ଆବେଦନ କରିବାକୁ ପଡ଼ିବ । ଯାହାପରେ କାର୍ଡ ରଦ୍ଧ ହୋଇଯିବ । ଭୋଟର ଆଇଡି ରଦ୍ଧ କରିବା ପାଇଁ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଥିବା ଜରୁରୀ ।