fbpx

ସାରା ଗାଁଙ୍କୁ ମାଗଣା ବିଜୁଳି ସେବା ,ଜାଣନ୍ତୁ କାହିଁକି ଏତେ ବଡ଼ ଦାନ କଲେ ଏ ମହାନ ବ୍ୟକ୍ତି

ନୂଆଦିଲ୍ଲୀ:ପୂରା ଗାଁକୁ ମିଳିଲା ଦୀପାବଳି ଗିଫ୍ଟ । ଗୁଜୁରାଟ ର ଅମରେଲି ଜିଲ୍ଲା ଦୁଧାଲୀ ଗାଁକୁ ମିଳିଛି ଦୀପାବଳି ଉପହାର । ଚଳିତ ପର୍ବରେ ଗାଁ ଆଉ ଯେପରି ଅନ୍ଧକାର ନ ଦେଖିବ ସେଥିପାଇଁ ଗ୍ରାମର ୮୫୦ ପରିବାରକୁ ସୋଲାର ପ୍ଲେଟ ଦାନ କରିଛନ୍ତି ଜଣେ ବ୍ୟକ୍ତି । ବାସ୍ତବରେ ଗୁଜୁରାଟର ଶ୍ରୀ ରାମ କୃଷ୍ଣ ଏକ୍ସପୋର୍ଟ ଡାଇମଣ୍ଡ ମ୍ୟାନ୍ୟୁଫେକ୍ଚରିଙ୍ଗ ଫର୍ମର ମାଲିକ ଗୋବିନ୍ଦ ଢ଼ୋଲକିଆ ଏହି ଉପହାର ଦେଇଛନ୍ତି । ସୂଚନାମୁତାବକ ଦୁଧାଲୀ ଗ୍ରାମ ହେଉଛି ଢ଼ୋଲକିଆଙ୍କ ଜନ୍ମସ୍ଥାନ ।

ଗୋବିନ୍ଦ ଢ଼ୋଲକିଆ ପ୍ରଥମେ ହୀରା ପଲିସିଙ୍ଗ କାମ କରୁଥିଲେ । ଏବଂ ୧୯୭୦ ମସିଆରେ ନିଜର ସଂସ୍ଥା ଆରମ୍ଭ କରିଥିଲେ । ଏହାପରେ ସେ ଏଠାରେ ହୀରା ଗଢ଼ିବା କାମ ଆରମ୍ଭ କରି ଦେଲେ । କିନ୍ତୁ ତାଙ୍କ ମନରେ ସବୁ ବେଳେ ଗୋଟିଏ କଥା ରହିଥିଲା ଯେ ସେ କିପରି ଲୋକମାନଙ୍କୁ ଯାହାର୍ଯ୍ୟ କରିବେ । କିପରି ଲୋକମାନେ ତାଙ୍କ ଦ୍ୱାରା ଉପକୃତ ହୋଇ ପାରିବେ । ଗୋବିନ୍ଦଙ୍କ ଭାଇ ଜଣେ ଧାର୍ମିକ ଲୋକ ହୋଇଥିବାରେ ସେ ରାମ ମନ୍ଦିରରେ ୧୧ କୋଟି ଟଙ୍କା ଦାନ କରିଥିଲେ ।
କିନ୍ତୁ ଗୋବୀନ୍ଦ କିଛି ଭିନ୍ନ କରିବାକୁ ଚାହୁିଁଥିଲେ ।ତେଣୁ ସେ ପୂରା ଗ୍ରାମକୁ କିପରି ଉଜ୍ୱଳମୟ କରିହେବ ତାହା ଉପରେ ଚିନ୍ତା କରିଲେ । ତେଣୁ ସୋଲାର ଲାଇଟ ଲଗାଇବା କଥା ଚିନ୍ତା କରିଲେ ।

Get real time updates directly on you device, subscribe now.