ନୂଆଦିଲ୍ଲୀ: ରଦେଶର ରାଜଧାନୀ ଦିଲ୍ଲୀରେ ଗୁରୁବାର ଦିନ ମଙ୍କିପକ୍ସର ପୁଣି ୩ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଦିଲ୍ଲୀରେ ମଙ୍କିପକ୍ସ ମାମଲା ବଢ଼ି ୧୨ରେ ପହଞ୍ଚିଛି । ସୂଚନା ଅନୁସାରେ, ଏବେ ମଙ୍କିପକ୍ସର ୫ ରୋଗୀ ଦିଲ୍ଲୀର ଲୋକନାୟକ ଜୟପ୍ରକାଶ ନାଗରିକ ମେଡିକାଲ ବା ଏଲଏନଜିପି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । କିନ୍ତୁ ସେଠାରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି ନଥିବା ଜଣାପଡିଛି ।
ଦିଲ୍ଲୀରେ ମଙ୍କିପକ୍ସର ୯ମ ମାମଲା ଭାବେ ଚିହ୍ନଟ ହୋଇଥିଲେ ନାଇଜେରିଆର ଜଣେ ମହିଳା । ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସ ସଂକ୍ରମଣରେ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଏଲଏନଜେପି ମେଡିକାଲକୁ ନୋଡାଲ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ ତିଆରି କରାଯାଇଛି ।
ତେବେ ମଙ୍କିପକ୍ସ ଭାଇରସର ପ୍ରକୋପ ମେ’ ମାସରୁ ଆରମ୍ଭ ହୋଇଥିଲା ଓ ଧିରେ ଧିରେ ଏହା ବିଶ୍ୱର ୨୦ରୁ ଅଧିକ ଦେଶରେ ବ୍ୟାପିବାରେ ଲାଗିଛି । ଭାରତରେ ମଙ୍କିପକ୍ସ ଭାଇରସ୍ ଜୁଲାଇ ମାସରେ ଏଣ୍ଟ୍ରି ମାରିଥିଲା ଓ ରାଜଧାନୀ ଦିଲ୍ଲୀରେ ମଙ୍କିପକ୍ସର ପ୍ରଥମ ମାମଲା ୨୪ ଜୁଲାଇରେ ସାମ୍ନାକୁ ଆସିଥିଲା ।