fbpx

PFIର ହିଟ୍ ଲିଷ୍ଟରେ ୫ ଆରଏସଏସ ନେତାଙ୍କ ନାମ, ମିଳିବ Y ଶ୍ରେଣୀ ସୁରକ୍ଷା

ନୂଆଦିଲ୍ଲୀ: ଦେଶରେ ନିଷେଧ ଚରମପନ୍ଥୀ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ହିଟ୍ ଲିଷ୍ଟରେ କେରଳର ପାଞ୍ଚ ଆରଏସଏସ ନେତା। କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସିର ଇନପୁଟରୁ ଏହି ସୂଚନା ସାମ୍ନାକୁ ଆସିଛି। ସମ୍ଭାବିତ ବିପଦକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରଣାଳୟ ଶନିବାର ଏହି ନେତାମାନଙ୍କୁ ଓ୍ଵାଇ ଶ୍ରେଣୀର ସୁରକ୍ଷା ପ୍ରଦାନ କରିବାକୁ ଘୋଷଣା କରିଛି। ସୂତ୍ର ମୁତାବକ ଏନଆଇଏର ଚଢାଉ ସମୟରେ କେରଳ ପିଏଫଆଇ ସଦସ୍ୟ ମୋହମ୍ମଦ ବଶିରଙ୍କ ବାସଭବନରୁ ଏକ ତାଲିକା ମିଳିଥିଲା। ଯେଉଁଥିରେ ପିଏଫଆଇର ରାଡାରରେ ଆରଏସଏସର ପାଞ୍ଚ ନେତାଙ୍କ ନାମ ଥିଲା।

ଗୃହ ମନ୍ତ୍ରଣାଳୟ ଏନଆଇଏ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ(ଆଇବି)ର ରିପୋର୍ଟ ଆଧାରରେ କେରଳରେ ଆରଏସଏସର ପାଞ୍ଚ ନୋତଙ୍କୁ ‘ଓ୍ଵାଇ’ ଶ୍ରେଣୀର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛି। ଆରଏସଏସ ନେତାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଅର୍ଦ୍ଧସୈନିକ ବଳର କମାଣ୍ଡୋଙ୍କୁ ନିୟୋଜିତ କରାଯିବ।

ଆରଏସଏସ ନେତାମାନଙ୍କୁ ସୁରକ୍ଷା ଦେବା ପାଇଁ ୧୧ ଅର୍ଦ୍ଧସୈନିକ ବଳର କମାଣ୍ଡୋଙ୍କୁ ମୁତୟନ କରାଯିବ। କମାଣ୍ଡୋ ସିଫ୍ଟ ଆଧାରରେ କାମ କରିବେ। ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଗତ ବୁଧବାର ଦେଶର ସୁରକ୍ଷା ପ୍ରତି ବିପଦ ଏବଂ ଆତଙ୍କୀ ଗତିବିଧିରେ ସାମିଲ୍ ପ୍ରମାଣ ମିଳିବା ପରେ ପିଏଫଆଇ ଏବଂ ଏହାର ସହଯୋଗୀ ସଂଗଠନକୁ ପାଞ୍ଚ ବର୍ଷ ପାଇଁ ନିଷେଧ କରିଛନ୍ତି। ମୋଟ୍ ନଅ ସଂଗଠନ ଉପରେ ୟୁଏପିଏ ଆଧାରରେ ମାମାଲ ରୁଜୁ କରାଯାଇଛି।

Get real time updates directly on you device, subscribe now.