PUC ନଥିଲେ ଏହି ତାରିଖରୁ ମିଳିବନି ପେଟ୍ରୋଲ: ସରକାର ଆଣିବାକୁ ଯାଉଛନ୍ତି ନୂଆ ନିୟମ

ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । ଏହାରି ମଧ୍ୟରେ ସେ ଏହାକୁ ରୋକିବା ପାଇଁ କଠୋର ପଦକ୍ଷେପ ନେବାକୁ ଯାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିଭିନ୍ନ ସ୍ତରେ ଆଲୋଚୋନା ପର୍ଯ୍ୟାଲୋଚନା ଜାରୀ ରହିଛି । ତେବେ ପ୍ରଦୂଷଣ ସ୍ତରକୁ କମ୍ କରିବା ପାଇଁ ପଲ୍ୟୁସନ୍ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ ବିନା କୌଣସି ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ ବୋଲି ଚର୍ଚ୍ଚା ହେଉଛି । ତେବେ ଏହି କ୍ଷେତ୍ରରେ ଦିଲ୍ଲୀ ସରକାର ଆଉ ଏକ ପାଦ ଆଗକୁ ବଢାଇଛନ୍ତି । ପଲ୍ୟୁସନ କଣ୍ଟ୍ରୋଲ ସାର୍ଟିଫିକେଟ୍ ବିନା କୌଣସି ଯାନକୁ ଇନ୍ଧନ ଦିଆଯିବ ନାହିଁ , ଏଥିପାଇଁ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଯାହାକି ୨୫ ଅକ୍ଟୋବର ଠାରୁ କାର୍ଯ୍ୟକାରୀ ହେବ ।

୨୫ ଅକ୍ଟୋବର ଠାରୁ ବିନା PUC ରେ କୌଣସି ଗ୍ରାହମାନଙ୍କୁ ପେଟ୍ରଲ କିମ୍ବା ଡିଜେଲ ମିଳିବ ନାହିଁ । ତେବେ ଏହାକୁ ନେଇ ପରିବେଶ ମନ୍ତ୍ରୀ ଗୋପାଲ ରାୟ ସୂଚନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ୨୫ ଅକ୍ଟୋବରରୁ ପିୟୁସି ବିନା କୌଣସି ପେଟ୍ରୋଲ ପମ୍ପରେ ପେଟ୍ରୋଲ ଡିଜେଲ ଉପଲବ୍ଧ ହେବ ନାହିଁ ।ଏତତ୍ ବ୍ୟତୀତ ସେ ଆହୁରୀ ମଧ୍ୟ କହିଛନ୍ତି ଯେ ପ୍ରଦୂଷଣର ମୁକାବିଲା ତଥା ସଂଶୋଧିତ ଏଜଇଚ ର ପ୍ରଭାବଶାଳୀ କାର୍ୟ୍ୟକାରିତାକୁ ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ ସରକାର ଅକ୍ଟୋବର ୩ ରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଆରମ୍ଭ କରିବାକୁ ଯାଉଛନ୍ତି ।

ତେବେ ଏହି ନିୟନ୍ତ୍ରଣ କକ୍ଷର ଉଦ୍ଦେଶ୍ୟ ହେଉଛି ମୁଖ୍ୟତଃ ରାଜଧାନୀରେ ଘଟୁଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା । ତେବେ ବିଶେଷ କରି ଶୀତଦିନେ ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ ବାୟୁ ପ୍ରଦୂଷଣର ସମ୍ମୁଖୀନ ହୋଇଛି। ଯାହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏପରି ଏକ ନିଷ୍ପତ୍ତି ନେବାକୁ ଯାଉଛନ୍ତି ।

Get real time updates directly on you device, subscribe now.