fbpx
BSKY
BJD SHG SKY
BJD YOUTH SKY

Video: ପ୍ରାଣୀ ଉଦ୍ୟାନ ନିରକ୍ଷଣରେ ପହଞ୍ଚିଲେ ଯୋଗୀ ଆଦିତ୍ୟନାଥ, ଚିତାବାଘକୁ ପିଆଇଲେ କ୍ଷୀର

ନୂଆଦିଲ୍ଲୀ: ସବୁ ସମୟରେ ଆଶ୍ଚର୍ଯ୍ୟକର ନିଷ୍ପତି ସହ କୁଖ୍ୟାତ ଅପରାଧୀମାନଙ୍କୁ ସାବାଡ କରିବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚର୍ଚ୍ଚାରେ ରହିଥାନ୍ତି। ବୁଧବାର ନିଜ ନିର୍ବାଚବନ ମଣ୍ଡଳୀ ଯାଇ ଚିଡ଼ିଆଖାନା ଘର ନିରକ୍ଷଣ କରିଥିଲେ। ଏହି ସମୟରେ ସେଠାରେ ଏକ ଚିତାବାଘର ଶାବକକୁ ସେ କ୍ଷୀର ପିଆଇଥିଲେ। ସ୍ଥାନୀୟ ସାଂସଦ ରବି କିଶାନ୍ ଏବଂ ପଶୁ ଚିକିତ୍ସକଙ୍କ ସହିତ ଯୋଗୀ ଆଦିତ୍ୟନାଥ ଏକ ବୋତଲରେ ଶାବକଟିକୁ କ୍ଷୀର ପିଆଉଥିବା ଦେଖିବାକୁ ମିଳିଥିଲା।

ଭିଡିଓରେ ଦେଖିବାକୁ ମିଳିଥିଲା ଯେ, ପ୍ରଥମେ ପ୍ରଥମେ ଶାବକଟି ଅଚିହ୍ନା ପାଇଥିଲା। ଏହାପରେ ପୁଣି ପଶୁ ଚିିକିତ୍ସକ ତାକୁ ଯୋଗୀଙ୍କ ପାଖକୁ ଆଣିଥିଲେ। ସୁରକ୍ଷା ମୁଳକ ଭାବରେ ରବର ଗ୍ଲୋବ୍ସ ପିନ୍ଧି ଯୋଗୀ ଶାବକଟିକୁ କ୍ଷୀର ପିଆଇଥିଲେ।

ଉତ୍ତର ପ୍ରଦେଶ ସରକାରୀ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓ ପୋଷ୍ଟ କରାଯାଇଛି। ଏହି ଭିଡିଓରେ ଚିଡ଼ିଆକାନାର ଜଣେ ଅଧିକାରୀ ସଠୋକାର ବାଡ଼ ଏବଂ ଏହାର ବିଶେଷତ୍ୱ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଉଥିଲେ। ଏହି ଚିଡ଼ିଆଖାନା ଟି ଶହୀଦ ଆଶଫାକ ଉଲ୍ଲା ଖାନ ପ୍ରାଣୀ ଉଦ୍ୟାନ ଭାବରେ ଜଣା। ଗତବର୍ଷ ମାର୍ଚ୍ଚ ମାସରେ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିଥିଲ।

Get real time updates directly on you device, subscribe now.