ନୂଆଦିଲ୍ଲୀ: ବ୍ୟାଙ୍କ ଏବଂ ଆୟକର ରିଟର୍ଣ୍ଣ (ଆଇଟିଆର)ଙ୍କ ପାଇଁ ପାନ୍ କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । କିନ୍ତୁ ଦୁଇଟି ପାନ୍ କାର୍ଡ ରହିବା ଆପଣଙ୍କ ସମସ୍ୟାର କାରଣ ହୋଇପାରେ । ଏଭଳି ପରିସ୍ଥିତିରେ ଆପଣଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ସହ ଜେଲ ମଧ୍ୟ ହେବାର ସମ୍ଭାବନା ରହିଛି ।
ଆୟକର ବିଭାଗ ଚେତାବନୀ ଦେଇ କହିଛି ଯେ, ଯଦି ଆପଣଙ୍କର ମଧ୍ୟ ଦୁଇଟି ପାନ୍ କାର୍ଡ ରହିଛି, ତେବେ ତୁରନ୍ତ ଦ୍ୱିତୀୟ ପାନ୍ କାର୍ଡଟିକୁ ବିଭାଗରେ ହସ୍ତାନ୍ତର କରନ୍ତୁ । ଯଦି ଆପଣ ନିଜେ ଦ୍ୱିତୀୟ ପାନ୍ କାର୍ଡକୁ ବିଭାଗରେ ହସ୍ତାନ୍ତର କରନ୍ତି, ତେବେ କୌଣସି ପ୍ରକାରୀ ଜରିମାନା ଆଦୟ କରାଯିବ ନାହିଁ । କିନ୍ତୁ ଏହାକୁ ଲୁଚାଇବା ଦ୍ୱାରା ବିଭାଗର ନଜର ପଡିଲେ ଆପଣଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ ।
ଏହିପରି ଭାବରେ ଦ୍ୱିତୀୟ ପାନକାର୍ଡକୁ ହସ୍ତାନ୍ତର କରନ୍ତୁ :-
– ଏଥିପାଇଁ ଆପଣ ଆୟକର ବିଭାଗର ୱେବସାଇଟକୁ ଯାଆନ୍ତୁ ।
– ବର୍ତ୍ତମାନ Request for New PAN Card / Change କିମ୍ବା Correction ପାନ ଡାଟା ଲିଙ୍କ ଉପରେ କ୍ଲିକ କରନ୍ତୁ ।
– ଏବେ ଫର୍ମ ଡାଉନଲୋଡ୍ କରନ୍ତୁ ଏବଂ ଏହାକୁ ପୂରଣ କରି ଏହାକୁ ଯେକୌଣସି ଏନଏସଡିଏଲ କାର୍ଯ୍ୟାଳୟରେ ଜମା କରନ୍ତୁ ।