fbpx

ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ପରାମର୍ଶଦାତା ନିଯୁକ୍ତ: କାହାକୁ କେଉଁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ନିଗମ ଓ ବୋର୍ଡ ପାଇଁ ଅଧ୍ୟକ୍ଷ, ପରାମର୍ଶଦାତା, ଉପାଧ୍ୟକ୍ଷଙ୍କୁ ନିଯୁକ୍ତି ଦେଇଛନ୍ତି । କଳିକେଶ ନାରାୟଣ ସିଂହ ଦେଓଙ୍କୁ ଓଡ଼ିଶା ହାଉସିଂ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ସେହିପରି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ଆପିକଲ ଅଧ୍ୟକ୍ଷ, ଡି. ବିଶ୍ୱନାଥଙ୍କୁ ଓଡ଼ିଶା ଗ୍ରାମ୍ୟ ହାଉସିଂ ବିକାଶ ନିଗମର ଅଧ୍ୟକ୍ଷ ଭାବେ ଦାୟିତ୍ୱ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।

ଲେନିନ ମହାନ୍ତିଙ୍କୁ ଓଟିଡିସି ଅଧ୍ୟକ୍ଷ, ଅମରେଶ ପତିଙ୍କୁ ଓଡ଼ିଶା ଲିଫ୍ଟ ଇରିଗେସନ କର୍ପୋରେସନର ଅଧ୍ୟକ୍ଷ, ସୁବାଶ ମହାରଣାଙ୍କୁ ଓଡ଼ିଶା କାଜୁ ନିଗମର ଅଧ୍ୟକ୍ଷ, ବିଜୟ ନାୟକଙ୍କୁ ଓଡ଼ିଶା ବୀଜ ନିଗମର ଅଧ୍ୟକ୍ଷ, ଦେବାଶିଷ ମହାନ୍ତିଙ୍କୁ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ ନିଗମର ଅଧ୍ୟକ୍ଷ, ସତ୍ୟବ୍ରତ ତ୍ରିପାଠୀଙ୍କୁ ଓଡ଼ିଶା ଫିଲ୍ମ ବିକାଶ ନିଗମର ଅଧ୍ୟକ୍ଷ, ଶ୍ରୀମୟୀ ମିଶ୍ରଙ୍କୁ ଓଡ଼ିଶା ବିଲଡିଂ ଆଣ୍ଡ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି ।

ସେହିପରି ଚିନ୍ମୟ ସାହୁଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ, ମିନତୀ ବେହେରାଙ୍କୁ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା, ସଂଗ୍ରାମ ପାଇକରାୟଙ୍କୁ ଓଡ଼ିଶା ଖଦୀ ଓ ଗ୍ରାମ୍ୟ ଶିଳ୍ପ ବୋର୍ଡର ଅଧ୍ୟକ୍ଷ, ସୁରେନ୍ଦ୍ର ପ୍ରଧାନଙ୍କୁ ରାଜ୍ୟ କୃଷି ମାର୍କେଟିଂ ବୋର୍ଡର ପରାମର୍ଶଦାତା, କୁନା ବିହାରୀ ଦାସଙ୍କୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ, ସନ୍ତୋଷ ବେଜଙ୍କୁ ରାଜ୍ୟ ଆଗ୍ରୋ ଶିଳ୍ପ ନିଗମର ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି ।

ଡ. ରାମଚନ୍ଦ୍ର ପଣ୍ଡାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଅନୁଭବ ପଟ୍ଟନାୟକଙ୍କୁ ଇ ଆଣ୍ଡ ଆଇଟି ବିଭାଗ, ସୁଧୀର ଦାସଙ୍କୁ ବିଏସକେୱାଇ, ନିବେଦିତା ନାୟକଙ୍କୁ ବିଏସକେୱାଇ, ଲୋପାମାତ୍ରା ବକ୍ସିପାତ୍ରଙ୍କୁ ମିଶନ ଶକ୍ତି, ଗିତା ବାସ୍ତିଆଙ୍କୁ ମିଶନ ଶକ୍ତି, ସରୋଜିନୀ ହେମ୍ବ୍ରମଙ୍କୁ ଏସଟି ଆଣ୍ଡ ଏସସି ବିକାଶ, ସୁମିତ୍ରା ଜେନାଙ୍କୁ ଡବ୍ଲ୍ୟୁ ଆଣ୍ଡ ସିଡି ବିଭାଗର ପରାମର୍ଶଦାତା ଭାବେ ଦାୟିତ୍ୱ ଦିଆଯାଇଛି ।

କସ୍ତୁରୀ ମହାପାତ୍ରଙ୍କୁ ଉକ୍ରଳ ପ୍ରସଙ୍ଗର ସମ୍ପାଦକ, ପ୍ରଦୀପ ମାଝୀଙ୍କୁ ସ୍ୱତନ୍ତ୍ର ବିକାଶ ପରିଷଦର ପରାମର୍ଶଦାତା ଭାବେ ଦାୟିତ୍ୱ ମିଳିଛି । ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଓ ଡ. ପ୍ରସନ୍ନ ପାଟ୍ଟଶାଣୀଙ୍କୁ ପ୍ଲାନିଂ ବୋର୍ଡର ସଦସ୍ୟ (କ୍ୟାବିନେଟ ମନ୍ତ୍ରୀ ପାହ୍ୟା) ମିଳିଥିବା ବେଳେ ସାଧୁ ନେପାକଙ୍କୁ ରାଷ୍ଟ୍ର ମନ୍ତ୍ରୀ ପାହ୍ୟା ମିଳିଛି । ରଘୁନାଥ ନାଇଡ଼ୁ ଓ ତୁମ୍ବାନାଥ ପଣ୍ଡାଙ୍କୁ ଗଞ୍ଜାମ ଜିଲ୍ଲା ପ୍ଲାନିଂ ବୋର୍ଡର ଏକ୍ସପର୍ଟ ସଦସ୍ୟ, ସାରଦା ଜେନାଙ୍କୁ ଜଗତସିଂହପୁର ପ୍ଲାନିଂ ବୋର୍ଡର ଏକ୍ସପର୍ଟ ସଦସ୍ୟ, ଜିତେନ୍ଦ୍ର ମହାନ୍ତିଙ୍କୁ ମୟୂରଭଞ୍ଜ ଜିଲ୍ଲା ପ୍ଲାନିଂ ବୋର୍ଡର ସଦସ୍ୟ, ସବିତା ପାଣିଗ୍ରାହୀଙ୍କୁ ଗଞ୍ଜାମ ଆଞ୍ଚଳିକ ଉନ୍ନତି ଟ୍ରଷ୍ଟର ଅଧ୍ୟକ୍ଷା ଭାବେ ଦାୟିତ୍ୱ ମିଳିଛି ।

Get real time updates directly on you device, subscribe now.