fbpx

Whatsapp ର ନୂଆ ଫିଚର: ଖୁବଶୀଘ୍ର ଯୋଡ଼ିପାରିବେ ୧ ହଜାରରୁ ଅଧିକ ଲୋକ

ନୂଆଦିଲ୍ଲୀ: Whatsapp ଏକ ନୂଆ ଫିଚର ଆଣିବାକୁ ପ୍ରସ୍ତୁତ । ଯାହାକି ସାଧାରଣତଃ ଗ୍ରୁପ ପାଇଁ ବେଶ୍ ସହାୟକ ହେବ । ଜଣାପଡ଼ିଛି ଯେ ହ୍ୱାଟ୍ସଆପ୍ ଖୁବଶୀଘ୍ର ଏହାର ପୁରୁଣା ଫିଚରରେ ଅପଡେଟ୍ କରିବାକୁ ଯାଉଛି । ଏହି ନୂଆ ଅପଡେଟ୍ ଦ୍ୱାରା ଗ୍ରୁପ୍ ରେ ଅଧିକ ମେମ୍ବରଙ୍କୁ ଯୋଡ଼ାଯାଇପାରିବ ।

ହ୍ୱାଟ୍ସଆପ୍ ଅନେକ ସମୟରେ ନୂଆ ନୂଆ ଅପଡେଟ୍ ଆଣିଥାଏ । ଯେଉଁଥିରେ ୟୁଜର୍ସଙ୍କୁ ଏକ ଭଲ ଏକ୍ସପିରିଏନ୍ସ ମିଳିପାରିବ । ହ୍ୱାଟ୍ସଆପ୍ ଏକ ନୂଆ ଫିଚର ଆଣିବାକୁ ପ୍ରସ୍ତୁତ ହେଉଛି । ଯାହାକି ବିଶେଷ ଭାବରେ ଗ୍ରୁପ୍ ପାଇଁ ରହିଛି । କୁହାଯାଉଛି ଯେ ଏହି ଫିଚର ଦ୍ୱାରା ଅଧିକ ମେମ୍ବରଙ୍କୁ ଗ୍ରୁପ୍ ରେ ଯୋଡ଼ିହେବ ।

ହ୍ୱାଟ୍ସଆପ୍ ଟ୍ରାକର WABetaInfo ଏନେଇ ସୂଚନା ଦେଇଛି । କୁହାଯାଉଛି ଯେ ଏହି ଫିଚରକୁ ହ୍ୱାଟ୍ସଆପ୍ କିଛି ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ କରାଇଛି । ଏହାପୂର୍ବରୁ କମ୍ପାନୀ ଗ୍ରୁପରେ ୫୧୨ ମେମ୍ବରଙ୍କୁ ଯୋଡ଼ିବା ନଇ ଫିଚର ଆଣିଥିଲେ ।

Get real time updates directly on you device, subscribe now.