fbpx
BSKY
BJD YOUTH SKY
BJD MS SKY

ବିବାହ ବିଷୟରେ ଜାଣି ସମ୍ପର୍କ ରଖିବା ବଳାତ୍କାର ନୁହେଁ, ଏହା ପ୍ରେମ ଏବଂ ଆବେଗ ଅଟେ: ହାଇକୋର୍ଟ

ନୂଆଦିଲ୍ଲୀ: ବିବାହ ପ୍ରତିଶୃତି ଦେଇ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ। ଏନେଇ ଗୁରୁତ୍ୱପୁର୍ଣ୍ଣ ରାୟ ଶୁଣାଇଛନ୍ତି କେରଳ ହାଇକୋର୍ଟ। ବିବାହର ମିଥ୍ୟା ପ୍ରତିଶୃତ ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ଦୁଷ୍କର୍ମ ଅଭିଯୋଗକୁ ଖାରଜ କରିଛନ୍ତି କେରଳ ହାଇକୋର୍ଟ। ମାମଲାର ଶୁଣାଣି ସମୟରେ ସାମ୍ନାକୁ ଆସିଥିବା ଘଟଣାବଳିକୁ ନେଇ କୋର୍ଟ ରାୟ ଶୁଣାଇଥିଲେ।

ମାମଲାର ରାୟ ଶୁଣାଣି ସମୟରେ ଏହା ଜଣାପଡିଥିଲା ଯେ ଯୁବକ ଜଣକ ଯେଉଁ ଯୁବତୀଙ୍କ ସହିତ ସମ୍ପର୍କରେ ଥିଲେ, ସେ ପୁର୍ବରୁ ଜାଣିଥିଲେ କି ଯୁବକ ଜଣକ ବିବାହିତ। ୨୦୧୦ରେ ଦୁହେଁ ଏକାଠି ଥିଲେ। ୨୦୧୩ରେ ଯୁବକ ଜଣକ ବିବାହିତ ଜାଣିବା ପରେ ମଧ୍ୟ ଦୁହେଁ ସମ୍ପର୍କ ଜାରୀ ରଖିଥିଲେ। ଏହି ସମ୍ବନ୍ଧ ବିବାହ ପୁର୍ବରୁ ଏବଂ ପରେ ମଧ୍ୟ ଜାରୀ ରହିଥିଲା। ଏପରିକି ଯେତେବେଳେ ଯୁବକ ଜଣକ ବିବାହ ବିଚ୍ଚେଦ କରିଥିଲେ, ଏହା ପରେ ମଧ୍ୟ ଦୁହେଁ ସମ୍ବନ୍ଧରେ ଥିଲେ। ଏଭଳି ପରିସ୍ଥିତିରେ ମିଥ୍ୟା ପ୍ରତିଶୃତି ଅଭିଯୋଗ ଲଗାଯାଇ ପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏହି ଆଧାରରେ ଯୁବକଙ୍କୁ କୋର୍ଟ ଖଲାସ କରିଥିଲେ।

ଏହାପରେ କୋର୍ଟ ଦୁହିଁଙ୍କ ମଧ୍ୟରେ ଶାରୀରିକ ସମ୍ପର୍କକୁ ନେଇ ନିଜର ମତ ରଖିଥିଲେ। ଦୁଇଜଣଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ସମ୍ପୁର୍ଣ୍ଣ ସହମତି ଭିତ୍ତିରେ ହୋଇଥିବା କେରଳ ହାଇକୋର୍ଟ କହିଥିଲେ। ଏହି ଘଟଣାକୁ ନେଇ ଦାଖଲ ହୋଇଥିବା ମାମଲାରେ କେଉଁଠି ମଧ୍ୟ ଏହି କଥା ସାମ୍ନାକୁ ଆସିନାହିଁ ଯେ, ଯୁବକ ଜଣକ ବିବାହ ପ୍ରତିଶୃତି ଦେଇଥିଲେ। ନାଁ ଏକଥା ମଧ୍ୟ ଜଣା ପଡୁଛି ଯେ, ଯୁବକ ଜଣକ ଧୋକା ଦେବାକୁ ଚେଷ୍ଟା କରିଛନ୍ତି। ଏଭଳି ସ୍ଥିତିରେ ଏହି ସମ୍ପର୍କକୁ ଦୁଷ୍କର୍ମ ବୋଲି କୁହାଯାଇ ପାରିବ ନାହିଁ। ବରଂ ଏହାକୁ ପ୍ରେମ ଏବଂ ଆବେଗ ବୋଲି କୁହାଯାଏ।

Get real time updates directly on you device, subscribe now.