fbpx

‘ଦେଶରେ କମୁଛି ମୁସଲମାନଙ୍କ ଜନସଂଖ୍ୟା’… ମୋହନ ଭାଗବତଙ୍କ ବୟାନ ଉପରେ ଓୱେସୀଙ୍କ ପାଲଟା ଅଭିଯୋଗ

ନୂଆଦିଲ୍ଳୀ: ଏଆଇଏମଆଇଏମ ମୁଖ୍ୟ ଅସଦ୍ଦୁଦ୍ଦୀନ ଓୱେସୀ ଜନସଂଖ୍ୟା ନିୟନ୍ତ୍ରଣ ଉପରେ ଆରଏସଏସ ପ୍ରମୁଖ ମୋହନ ଭାଗବତଙ୍କ ବୟାନ ଉପରେ ପାଲଟା ଅଭିଯୋଗ କରିଛନ୍ତି  । ଓୱେସୀ କହିଛନ୍ତି ମୁସଲମାନଙ୍କ ଜନସଂଖ୍ୟା କମ୍ ହେଉଛି । ଏହାସହ କହିଛନ୍ତି ଯେ ୨୦୦୦ ରୁ ୨୦୧୯ ମସିହା ମଧ୍ୟରେ ୯୦ ଲକ୍ଷ ହିନ୍ଦୁ କନ୍ୟା ସନ୍ତାନ, କନ୍ୟା ଭ୍ରୁଣ ହତ୍ୟାର ଶିକାର ହୋଇଛନ୍ତି । ସେ ପ୍ରଶ୍ନ କରିଥିଲେ ମୋହନ ଭାଗବତ ମୁସଲିମ ଜନସଂଖ୍ୟାକୁ ନେଇ ମୁସଲିମ ଜନସଂଖ୍ୟାକୁ ନେଇ କହୁଛନ୍ତି କିନ୍ତୁ କନ୍ୟା ଭ୍ରୁଣ ହତ୍ୟା ଉପରେ କାହିଁକି କହୁନାହାଁନ୍ତି?

ଓୱେସୀ କହିଥିଲେ ଯେ ନିକଟରେ ମୋହନ ଭାଗବତ କହିଥିଲେ ଯେ ଭାରତ ଧାର୍ମିକ ଅସନ୍ତୁଳନ ଦେଖାଯାଉଛି । କିନ୍ତୁ ଭାରତରେ ସବୁଠୁ ଅଧିକ ଟିଏଫଆର ମୁସଲମାନଙ୍କ କମୁଛି । ଓୱେସୀଙ୍କ ଏହି ବୟାନ ପରେ ବିଜେପି ତାଙ୍କୁ ଟାର୍ଗେଟ କରିଛି । ଭାଜପା ମୁଖପାତ୍ର ସୈୟଦ ଶାହନବାଜ ହୁସୈନ କହିଛନ୍ତି ଯେ ଅସଦ୍ଦୁଦ୍ଦୀନ ଓୱେସୀ ବିବାଦ ସୃଷ୍ଟି କରିବାକୁ ଚାହୁଛନ୍ତି । କମ୍ ଜନସଂଖ୍ୟା ସମାଜ ପାଇଁ ହିତକର । ଯେତେ ଅଧିକ ଜନସଂଖ୍ୟା ବଢ଼ୁଛି, ସେତିକି ବଡ଼ ସମସ୍ୟା ଉତ୍ପନ୍ନ ହୋଇଥାଏ । ଏହାକୁ ଧ୍ୟାନ ଦେବା ଦରକାର ।

ସେହିଭଳି ହରିୟାଣା ଗୃହମନ୍ତ୍ରୀ ଅନିଲ ୱିଜ୍ କହିଛନ୍ତି ଯେ ଅସଦ୍ଦୁଦ୍ଦୀନ ଓୱେସୀ କହିଛନ୍ତି ଯେ ଭାରତରେ ମୁସଲମାନ ଜନସଂଖ୍ୟା କମୁଛି । ଯଦି ଏଭଳି ତେବେ ଏହା ବହୁତ ଭଲ କଥା । ଏହାକୁ ଆହୁରି କମାନ୍ତୁ ‘ଆମେ ଦୁଇ ଆମର ଦୁଇ’କୁ ଆଣନ୍ତୁ ।

Get real time updates directly on you device, subscribe now.