fbpx

ମାଆ କ୍ଷୀରରୁ ମିଳିଲା ମାଇକ୍ରୋ ପ୍ଲାଷ୍ଟିକ: ରିସର୍ଚ୍ଚ ତଥ୍ୟ ବଢ଼ାଇଲା ବୈଜ୍ଞାନିକଙ୍କ ଚିନ୍ତା

ନୂଆଦିଲ୍ଲୀ: ମା’ କ୍ଷୀର ସନ୍ତାନ ପାଇଁ ଅମୃତ ସମାନ ହୋଇଥାଏ । ତେବେ ମା’ କ୍ଷୀରକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ମା’ କ୍ଷୀରରେ ମାଇକ୍ରୋପ୍ଲାଷ୍ଟିକ ରହିଥିବା ଜଣାପଡ଼ିଛି । ଶିଶୁଙ୍କ ପାଇଁ ବିପଜ୍ଜନକ ଏହି ସମ୍ଭାବ୍ୟ ସ୍ୱାସ୍ଥ୍ୟ କାରକକୁ ନେଇ ବୈଜ୍ଞାନିକ ମାନେ ଗମ୍ଭୀର ଭବେ ଚିନ୍ତିତ ହୋଇ ପଡ଼ିଛନ୍ତି । ପଲିମର୍ସ ନାମକ ଏକ ପତ୍ରିକାରେ ଏନେଇ ଏକ ଅଧ୍ୟୟନ ରିପୋର୍ଟ ପ୍ରକାଶ ପାଇଛି ।

ମାନବ ସ୍ତନର କ୍ଷୀରରେ ମାଇକ୍ରୋ ପ୍ଲାଷ୍ଟିକର ପ୍ରମାଣ ମିଳିବା ଶିଶୁଙ୍କ ପାଇଁ ବହୁତ କ୍ଷତିକର ସାବ୍ୟସ୍ତ ହୋଇପାରେ । ସ୍ତନ କ୍ଷୀରର ନମୂନାର ତିନି ଚତୁର୍ଥାଂଶରେ ପ୍ଲାଷ୍ଟିକ କଣିକା ରହିଛି । କ୍ଷୀରର ନମୂନାର ବିଶ୍ଲେଷଣ ମାଇକ୍ରୋ ସ୍ପେକ୍ଟ୍ରୋସ୍କୋପି ଡିଟେକ୍ସନ ଆଣ୍ଡ କ୍ୟାରେକ୍ଟରାଇଜେସନ ଅଫ ମାଇକ୍ରୋ ପ୍ଲାଷ୍ଟିକ୍ସ ଇନ ହ୍ୟୁମାନ ବ୍ରେଷ୍ଟ ମିଲ୍କ ଦ୍ୱାରା କରାଯାଇଥିଲା ।

୩୪ଟି ନମୂନାରୁ ୨୬ଟି ନମୂନା ମାଇକ୍ରୋ ପ୍ଲାଷ୍ଟିକ ଦ୍ୱାରା ଦୂଷିତ ହୋଇଥିବା ଜଣପାଡ଼ିଥିଲା । ଏହି ମାଇକ୍ରୋ ପ୍ଲାଷ୍ଟିକ ପଲିଇଥାଇଲିନ, ପିବିସି ଓ ପଲିପ୍ରୋପାଇଲିନ ଦ୍ୱାରା ନିର୍ମିତ ହୋଇଥିବା ରିସର୍ଚ୍ଚରୁ ଜଣାପଡ଼ିଥିଲା । ସାଧାରଣ ଭାବେ ଏହି ମାଇକ୍ରୋ ପ୍ଲାଷ୍ଟିକ୍ ପ୍ୟାକେଜିଂର ମିଳିଥାଏ । ତେବେ ମାଆ କ୍ଷୀରରୁ ମାଇକ୍ରୋ ପ୍ଲାଷ୍ଟିକ ମିଳିବା ଦ୍ୱାରା ଦୁର୍ବଳ ଶିଶୁଙ୍କର ସଂଖ୍ୟା ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ଚିନ୍ତା ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.