fbpx

‘ମହୋଦୟ, ୨୫ଟା ରୁଟି ଖାଇ ଦେଇଥିଲି…’: ଟ୍ରେନିଙ୍ଗରେ ଶୋଇଥିବା ଧରା ପଡି ଏମିତି ଦେଲେ ଜବାବ

ନୂଆଦିଲ୍ଲୀ: ଏବେ ଖୁବ ଚର୍ଚ୍ଚାରେ ରହିଛନ୍ତି ଉତ୍ତରପ୍ରଦେଶର ଟ୍ରେନିଙ୍ଗ ନେଉଥିବା ଜଣେ କନଷ୍ଟେବଲ । ଟ୍ରେନିଙ୍ଗ କ୍ଲାସରେ ଶୋଇ ପଡିଥିବା ବେଳେ ଏହି ଘଟଣାରେ ତାଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ତେବେ ଟ୍ରେନିଂରେ ଶୋଇବା ପାଇଁ ତାଙ୍କୁ ଜବାବ ମାଗିଥିଲେ ଅଧିକାରୀ । ତେବେ ସିପାହୀ ଏହାର ଉତ୍ତରରେ ଯାହା ଲେଖିଛନ୍ତି, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ସୂଚନା ଅନୁସାରେ, ଟ୍ରେନିଙ୍ଗ କ୍ଲାସ ସମୟରେ ହେଡ କନଷ୍ଟେବଲ ଶରୀଫ ଯାଦବ ଶୋଇଥିବା ବେଳେ ଧରା ପଡି ଯାଇଥିଲେ । ଏଥିପାଇଁ ତାଙ୍କୁ ଏହାର ଜବାବ ମାଗିଥିଲେ ପିଟିସର ଟୋଲି କମାଣ୍ଡର । ତେବେ ଏହାର ଜବାବରେ ଏକ ଅଦ୍ଭୁତ ଉତ୍ତର ଲେଖିଛନ୍ତି ଶରୀଫ । ଯାଦବ ଲେଖିଛନ୍ତି, ‘ସନ୍ଧ୍ୟାରେ ଥକି ଯାଇ ଟ୍ରେନିଙ୍ଗ ସ୍କୁଲରେ ପହଞ୍ଚିଥିଲି । କିନ୍ତୁ ଠିକ ଭାବେ ଖାଇବାକୁ ନ ମିଳିବାରୁ ଖୁବ ଜୋରରେ ଭୋକ ଲାଗୁଥିଲା । ତେଣୁ ୨୫ଟି ରୁଟି, ଥାଳିଏ ଭାତ, ଏବଂ ଦୁଇ ଗିନା ଡାଲି ସହ ଗିନେ ତରକାରୀ ଖାଇ ଶୋଇ ପଡିଥିଲି । ଏହାପରେ ତାଭ୍କ ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଆଗକୁ ଏହାର ପୁନରାବୃତ୍ତି କରିବାକୁ କଥା ଦେଇଛନ୍ତି ।

ଶରୀଫ ଯାଦବଙ୍କର ଏହି ଚିଠିର ଫଟୋ ଏବେ ଖୁବ ଭାଇରାଲ ହେବାରେ ଲାଗିଛି । ସୋସିଆଲ ମିଡିଆରେ ଲୋକମାନେ ଏବେ ମଜାଦାର କମେଣ୍ଟସ ମଧ କରୁଛନ୍ତି । କିନ୍ତୁ ସେପଟେ ଟ୍ରେନିଙ୍ଗ ସ୍କୁଲରୁ କୌଣସି ଚିଠି ଭାଇରାଲ ହୋଇ ନଥିବା କହିଛନ୍ତି ପ୍ରଧାନ ଆଚାର୍ଯ୍ୟ ଅଭିନବ ଯାଦବ । ତାଙ୍କ ସହ ଶରୀଫ ଯାଦବ ମଧ୍ୟ ଏ ମାମଲାକୁ ଖଣ୍ଡନ କରିଛନ୍ତି ।

Get real time updates directly on you device, subscribe now.