fbpx

୩୦ ମିନିଟରେ ଶେଷ ହେବ ଆମେରିକା ଏବଂ ୟୁରୋପ: ଜାଣନ୍ତୁ କାହିଁକି ଏପରି କହିଲେ ଏଲନ୍ ମକ୍ସ

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଧନି ଏଲନ ମକ୍ସ ନିଜର ବୟାନ ପାଇଁ ସର୍ବଦା ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଥାନ୍ତି । ସେ ବିଭିନ୍ନ ପ୍ରସଙ୍କକୁ ନେଇ ନିଜର ଖାଲା ମତ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ନିକଟରେ ସେ ଋଷ –ୟୁକ୍ରେନ  ଯୁଦ୍ଧ ଏବଂ ଚିନ୍ –ତାଇୱାନ ବିବାଦର ସମାଧାନ ପାଇଁ ନିଜର ମତ ଦେଇଥିଲେ । ଯାହାକି ଲୋକଙ୍କୁ ଅଜବ ଲାଗିଥିଲା । ତେବେ ସେ ପୁଣି ଋଷକୁ ନେଇ ନିଜର ଏକ ବୟାନ ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି । ତେବେ ସେ ତାଙ୍କ ବୟାନରେ କହିଛନ୍ତି ଯେ ଋଷ ଯଦି ଚାହିଁବ ତେବେ ମାତ୍ର ୩୦ ମିନିଟରେ ଆମେରିକା ଏବଂ ୟୁରୋପ ପରି ଦେଶକୁ ଶେଷ କରି ପାରିବ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ସେ କାହିଁକି ଏପରି ବୟନ ଦେଇଛନ୍ତି ।

ଏଲନ ମକ୍ସ ଋଷ- ୟୁକ୍ରେନ ଯୁଦ୍ଧ ସମୟରେ ଦେଇଥିବା ବୟାନକୁ ୟୁକ୍ରେନ ରଷ୍ଟ୍ରପତି ତୀବ୍ର ସମାଲୋଚନା କରିଥିଲେ । ଏହାପରେ ସେ ତାଇବାନ ଏବଂ ଚିନ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ପାଇଁ ଦେଇଥିବା ବୟାନରେ ମଧ୍ୟ ସମାଲୋଚନାର ପାତ୍ର ହୋଇଥିଲେ । ବର୍ତ୍ତମାନ ମକ୍ସ ପୁଣି ଋଷକୁ ନେଇ ଏକ ବୟାନ ଦେଇଛନ୍ତି । ସେ ଏଲକ୍ସ ନାମକ ଏକ ଟ୍ୱିଟର ୟୁଜର୍ସ ସହ କଥାହେବା ସହ ୠଷର ପରମାଣୁ ଶକ୍ତିକୁ ପ୍ରଶଂସା କରିଛନ୍ତି ।

ଏଲନ୍ ଲକ୍ସ @ajtourville ନାମକ ଟ୍ୱିଟର ହ୍ୟାଣ୍ଡେଲରେ କଥା ହେବା ସମୟରେ ତାଙ୍କ ଉତ୍ତରରେ ଲେଖିଛନ୍ତି ଯେ କୌଣସି ବି ବୁଦ୍ଧିମାନ ବ୍ୟକ୍ତି ପରମାଣୁ ଯୁଦ୍ଧ କରିବାକୁ ଚାହିଁବ ନାହିଁ । ସେ ଆହୁରୀ ମଧ୍ୟ ଲେଖିଛନ୍ତି ଯେ କିନ୍ତୁ ଋଷ ଯଦି ଚାହିଁବ ମାତ୍ର ୩୦ ମିନିଟ୍ ସମୟ ମଧ୍ୟରେ ତାର ପରମାଣୁ ବୋମା ଦ୍ୱାରା ଆମେରିକା ଏବଂ ୟୁରୋପ ପରି ଦେଶକୁ ଧ୍ୱସଂ କରିପାରିବ । ତେବେ ଆମେରିକା ଏବଂ ୟୁରୋପ ମଧ୍ୟ ଏହି କ୍ଷମତା ରହିଛି , କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି କଥା ଅନେକ ଲୋକ ଜାଣି ନାହାନ୍ତି । ତେବେ ଏଲନ ମକ୍ସ ଏହି ତଥ୍ୟ ସେତେବେଳେ ଦେଇଥିଲେ ଯେତେବେଳେ ଖବର ଆସିଥିଲା ନାଟୋ ଆଗାମୀ ଦିନରେ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଯାଉଛି ।

Get real time updates directly on you device, subscribe now.