fbpx

Video Games ଖେଳିଲେ ଛୋଟ ପିଲା ବେହୋସ୍ ହୋଇଯିବେ, ବଢ଼ିବ ହାର୍ଟ ସମସ୍ୟା! ରିସର୍ଚ୍ଚରୁ ହେଲା ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଆଜିକାଲି ଲୋକମାନଙ୍କର ଜୀବନଶୈଳୀ କାରଣରୁ ସେମାନଙ୍କ ଠାରେ ହୃଦ ସମ୍ବନ୍ଧିତ ଅନେକ ରୋଗ ହୋଇଥାଏ । ଏନେଇ ଅନେକ ସମୟରେ ନୂଆ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସିଥାଏ । ତେବେ ନିକଟରେ ଛୋଟ ପିଲାଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଛି । । ଆଜିକାଲିର ପିଲା କମ୍ପ୍ୟୁଟର, ମୋବାଇଲରେ ଅଧିକାଂଶ ସମୟରେ ବ୍ୟସ୍ତ ରହିଥାନ୍ତି ।

ତେବେ ଭିଡିଓ ଗେମ୍ ଖେଳିବା କାରଣରୁ ଛୋଟ ପିଲାଙ୍କ ଠାରେ ହୃଦ ରୋଗ ବୃଦ୍ଧି ପାଉଛି । ଏନେଇ ଏକ ଆଶ୍ଚର୍ଯ୍ୟଜନକ ନୂଆ ରିସର୍ଚ୍ଚ ରିପୋର୍ଟ ଆସିଛି । ଛୋଟ ପିଲାଙ୍କର ହୃଦୟ ସାଧାରଣ ଭାବେ ଅତି ସମ୍ବେଦନଶୀଳ ହୋଇଥାଏ । ମାତ୍ର ଭିଡିଓ ଗେମ୍ ଖେଳିବା ଦ୍ୱାରା ସେମାନଙ୍କର ସ୍ପନ୍ଦନର ସ୍ପିଡ୍ ଦ୍ରୁତ ହୋଇଯାଇଥାଏ । ଏହା ପରବର୍ତ୍ତୀ ସମୟରେ ପିଲାମାନଙ୍କର ଶରୀର ପ୍ରତି କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।

ରିପୋର୍ଟ ମୁତାବକ, ଭିଡିଓ ଗେମ୍ ଖେଳିବା ପ୍ରାୟତଃ ଅଧିକାଂଶ ପିଲାଙ୍କୁ ଭଲ ଲାଗିଥାଏ । କିଛି ପିଲା ଦିନରାତି ଭିଡିଓ ଗେମରେ ମାତିଥାନ୍ତି । ଭିଡିଓ ଗେମ୍ ପିଲାଙ୍କର ମାନସିକ ବିକାଶରେ ସହାୟକ ହେଉଥିବା ବେଳେ ଏହାର ଅଭ୍ୟାସ ବିପଦ ଡାକି ଆଣିପାରେ । ଅଷ୍ଟ୍ରେଲିଆରେ କରାଯାଇଥିବା ଏକ ରିସର୍ଚ୍ଚ ମୁତାବକ, ଭିଡିଓ ଗେମ୍ ଆପଣଙ୍କ ପିଲାଙ୍କୁ ଏକ ରୋଗୀ ବନାଇପାରେ ।

ଗେମରେ ଦେଖାଯାଉଥିବା ଭୟଙ୍କର ଷ୍ଟଣ୍ଟସ୍ ସମୟରେ ପିଲାଙ୍କର ହୃଦୟର ଧଡ଼କନ ତେଜ ହୋଇଯାଇଥାଏ । କମ ବୟସର ପିଲାଙ୍କ ପାଇଁ ଏହା ଆଦୌ ଠିକ୍ ନୁହେଁ । ଏହା ହୃଦୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହି ରିସର୍ଚ୍ଚରେ ୨୨ ଜଣ ପିଲାଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ତେବେ ବୈଦ୍ୟୁତିକ ଭିଡିଓ ଗେମ୍ ଷ୍ଟଣ୍ଟ ଓ ୱାର ଗେମ ଖେଳିବା ସମୟରେ କିଛି ପିଲା ବେହୋସ ହୋଇଯାଇଥିବା ଦେଖାଯାଇଥଲା ।

Get real time updates directly on you device, subscribe now.