fbpx

ଜାଣନ୍ତୁ ବ୍ଲାକ ୱାଟର କଣ ? ଆଉ କାହିଁକି ଏହାର ନିଶାରେ ଏବେ ସେଲିବ୍ରିଟି

ମୁମ୍ବାଇ: ଆଜିକାଲି ଫିଟ୍ ରହିବା ପାଇଁ ଲୋକେ ଅନେକ ପ୍ରକାର ଉପାୟ ଆପଣାଉଛନ୍ତି । କିଏ ଜିମ୍ ଜାଇ ନିଜକୁ ଫିଟ ରଖୁଛି ତ ଆଉ କିଏ ଯୋଗ ଧ୍ୟାନ ବା ମେଡିଟେସନ କରି ନିଜକୁ ଫିଟ୍ ରଖୁଛି । କିନ୍ତୁ ବର୍ତ୍ତମାନ ଏହି ଫିଟନେସ ଟ୍ରିଟମେଣ୍ଟରେ ସାମିଲ ହୋଇଛି ବ୍ଲାକ ୱାଟର । ଯାହାକି ଖୁବ ଲୋକପ୍ରିୟ ହେବାର ଲାଗିଛି । ଖାସ କରି ବଡବଡ ସେଲିବ୍ରିଟିମାନେ ଏହାକୁ ଅଧିକ ମାତ୍ରାରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ଆସନ୍ତୁ ଜାଣିବା କଣ ଏହି ବ୍ଲାକ ୱାଟର ଏବଂ କାହିଁକି ଏହାର ନିଶାରେ ସେଲିବ୍ରିଟି ।

ବ୍ଲାକ ୱାଟର କଣ:
ଆଲକାଲାଇନ୍ ୱାଟରକୁ ବ୍ଲାକ ୱାଟର କୁହାଯାଏ । ଯେଉଁଥିରେ କ୍ୟାଲସିୟମ୍, ମେଗାନିଜ୍, ସୋଡିୟମ୍ ଏବଂ ପୋଟାସିୟମ୍ ରହିଥାଏ । ଯାହାକି ପାଣିର ରଙ୍ଗକୁ କଳା କରିଦିଏ । ତେବେ ଏହି ବ୍ଲାକ ୱାଟର ସାଧାରଣ ପାଣି ଅପେକ୍ଷା ଅଧିକ ଗୁଣାତ୍ମକ । ଯାହାକୁ ପିଇବାକୁ ଦିୱାନା ଏବେ ବଲିଉଡର ବଡ଼ ବଡ଼ ସେଲିବ୍ରିଟି । ଏପରିକି ନିଜର ଦୈନଦିନ ଜୀବନରେ ସେମାନେ ଏହି ବ୍ଲାକ ୱାଟର ବ୍ୟବାହାର କରୁଥିବା ଦେଖିବାକୁ ମିଳିଛି । ଏହି ତାଲିକାରେ ସବୁଠୁ ଆଗରେ ମହିଳା ସେଲିବ୍ରିଟି ରହିଛନ୍ତି । ନିଜ ଫିଟନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମଲାଇକା ଆରୋରା, ଶ୍ରୁତି ହାସନ, ଉର୍ବସୀ ରୌତେଲାଙ୍କ ପରି ସେଲିବ୍ରିଟିମାନେ ବ୍ଲାକ ୱାଟର ସହ ନଜର ଆସିଥିବା ବେଳେ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପେଟନ୍ ବିରାଟ କୋହଲି ମଧ୍ୟ ଏହାକୁ ପିଉଥିବା ଜଣା ପଡିଛି ।

ଇଣ୍ଡିଆନ୍ ଏକ୍ସପ୍ରେସ ଦ୍ୱାରା ପ୍ରକାଶିତ ଏକ ଆର୍ଟିକିଲରେ ଦର୍ଶାଯାଇଥିବା ଜଣେ ବିଶେଷଜ୍ଞଙ୍କ ଅନୁଯାୟୀ ବ୍ଲାକ ୱାଟରରେ ପ୍ରାକୃତିକ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଯାହାକି ମଧୁମେହ ଏବଂ କୋଲେଷ୍ଟ୍ରଲ ପରି ସମସ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ସାହାଯ୍ୟ କରିଥାଏ । ଏତତ୍ ବ୍ୟତୀତ ଏହି ପାଣି ଓଜନ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ । ଯେଉଁଥିପାଇଁ ଏହି ବ୍ଲାକ ୱାଟର ପିଇବାକୁ ସେଲିବ୍ରିଟିମାନେ ଅଧିକ ପସନ୍ଦ କରୁଛନ୍ତି ।

Get real time updates directly on you device, subscribe now.