fbpx

କାର୍ତ୍ତିକ ମାସରେ ବିରଳ ସଂଯୋଗ; ଜାଣନ୍ତୁ ଦୀପାବଳି ଏବଂ ପୂର୍ଣ୍ଣିମାରେ କଣ ରହିଛି ବିଶେଷ ମୂହୁର୍ତ୍ତ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ପର୍ବ ପର୍ବାଣୀ ଏକ ନିର୍ଦ୍ଦିଷ୍ଟ ତିଥି, ବାର ନକ୍ଷତ୍ରକୁ ନେଇ ପଡିଥାଏ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଦୀପାବଳି ତାର ତିଥି ଅନୁସାରେ ପଡୁଛି । କିନ୍ତୁ ଗ୍ରହମାନଙ୍କ ଗତି ଏବଂ ରାଶି ପରିବର୍ତ୍ତନ ବ୍ୟକ୍ତିମାନଙ୍କ ସହ ପର୍ବ ପର୍ବାଣୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଫଳରେ ଚଳିତ ବର୍ଷ ଦୀପାବଳିକୁ ଡଙ୍ଗାଛଡା ସବୁ କିଛି ଫିକା ପଡିବାକୁ ଯାଉଛି । କାରଣ ଏଥର ଦୀପାବଳି ଦିନ ସୂର୍ଯ୍ୟପରାଗ ପଡୁଥିବାବେଳେ ଡଙ୍ଗାଭସା ଦିନ ଚନ୍ଦ୍ର ଗ୍ରହଣ ପଡୁଛି । ତେବେ ଏହି ସଂଯୋଗକୁ ଏକ ବିରଳ ସଂଯୋଗ କହିଲେ କିଛି ଭୁଲ ହେବ ନାହିଁ । ଏପରି ସଂଯୋଗ କେବେ ହୋଇନଥିବା ବିଶାରଦମାନେ କହିଛନ୍ତି । ତେଣୁ ଏହି ସଂଯୋଗ ପାଇଁ ସବୁକିଛି ସମୟ ପୂର୍ବରୁ ସବୁ କିଛି ପାଳନ କରାଯିବ ।

ଅପର ପକ୍ଷେ ଦେବନୀତି କେମିତି ପାଳନ ହେବ ଏବଂ ଲୋକେ ଡଙ୍ଗାଛଡ଼ା କେମିତି ପାଳନ କରିବେ ସେନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରଛି । ଏଭଳି ସ୍ଥିତିରେ ଜଗନ୍ନାଥ ମନ୍ଦିରରେ ଥିବା ମୁକ୍ତି ମଣ୍ଡପର ବ୍ରାହ୍ମଣ ମଣ୍ଡଳି ଏକ ଉପାୟ ବାହାର କରିଛନ୍ତି । ୨୪ ତାରିଖ ଅବରାହ୍ନ ୫ଟା ୪୭ ପରେ ଅମାବାସ୍ୟା ଲାଗୁଛି । ଯେହେତୁ ୨୫ ତାରିଖରେ ଅମାବାସ୍ୟା ନାହିଁ ତେଣୁ ଚଳିତ ବର୍ଷ ୨୪ ତାରିଖ ଦିନ ଅମାବାସ୍ୟା ଲାଗିବା ପରେ ହିଁ ପ୍ରୟାଗଶ୍ରାଦ୍ଧ, ଦୀପଦାନ, ବଡ଼ବଡ଼ୁଆ ଡାକ ଏବଂ ଶ୍ୟାମାବଳୀ ପୂଜା ଅନୁଷ୍ଠିତ ହେବ । ଦୀପାବଳୀ ଅମାବାସ୍ୟାରେ ସୂର୍ଯ୍ୟପରାଗ ପଡ଼ୁଛି । ଏହିଦିନ ଅପରାହ୍ନ ୪ଟା ୫୬ ମିନିଟ ୫୨ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ସେଥିପାଇଁ ଏହି ଦିନ ଭୋର ଚାରିଟାରୁ ପାକତ୍ୟାଗ ଓ ଦେବନୀତିକୁ ବାରଣ କରାଯାଇଛି ।

ସେହିଭଳି ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡ଼ୁଛି । ଏହି ଦିନ ଅପରାହ୍ନ ୨ଟା ୩୮ ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରୁଛି । ତେଣୁ ସକାଳ ୮ଟା ୨୯ରୁ ଅନ୍ନଭୋଜନ , ପାକ କର୍ମ ଓ ଦେବନୀତିକୁ ନିଷେଧ କରାଯାଇଛି । ଏହି ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ତେବେ ନଭେମ୍ବର ୮ ମଙ୍ଗଳବାର ଦିନ ୨ଟା ୩୯ ମିନିଟଠାରୁ ଚନ୍ଦ୍ରଗ୍ରହଣ ସ୍ପର୍ଶ କରୁଥିବାରୁ ଏହାର ୯ ଘଣ୍ଟା ପୂର୍ବରୁ ଅର୍ଥାତ ସେଦିନ ଭୋର ୪ଟା ୨୯ ମିନିଟ ପୂର୍ବରୁ କାର୍ତ୍ତିକ ନୀତି ସମ୍ପାଦନ କରାଯାଇପାରେ ।

Get real time updates directly on you device, subscribe now.