fbpx

ନକଲି ଡାକ୍ତର ବାବୁଙ୍କ ଭୁଲ ଇଞ୍ଜେକ୍ସନ ସାଜିଲା କାଳ: ମୃତ୍ୟୁ ସହ ସଂଗ୍ରାମ କରୁଛି ସସ୍ମିତା, ପୋଲିସ ଚୁପ୍

ପୁରୀ: ନିଜକୁ ଡାକ୍ତର ବୋଲାଉଥିବା ବ୍ୟକ୍ତିଙ୍କ ଏକ ଭୁଲ ଇଞ୍ଜେକ୍ସନ ଏବେ ଗୋଟିଏ ଶିଶୁକୁ ମରଣ ମୁହଁକୁ ନେଇ ଯାଇଛି । ସାତ ବର୍ଷର ଗୁରୁତର ଝିଅଟିକୁ କଥା କଥିତ ଡାକ୍ତର ବାବୁ ଏଠି ଚିକିତ୍ସା କରିବା ଆଳରେ ଗୋଟିଏ ଭୁଲ ଇଞ୍ଜେକ୍ସନ ଦେଇ । ଯାହା ଏବେ ପିଲାଟି ପାଇଁ କାଳ ସାଜିଛି । ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି ହୋଇ ଜୀବନ ମରଣ ସହ ସଂଘର୍ଷ କରୁଛି କୁନି ଝିଅ ସସ୍ମିତା । ଏମିତି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।

ଅସ୍ତରଙ୍ଗ ପାଟସୁନ୍ଦରପୁର ଗ୍ରାମର ସୁକାନ୍ତ ସେନାପତିଙ୍କ ସାତ ବର୍ଷ ଝିଅ ସସ୍ମିତା ଦେହ ରବିବାର ଖରାପ ହୋଇଥିଲା । ତେଣୁ ତାଙ୍କୁ ଗାଁରେ ନିଜକୁ ଡାକ୍ତର ପରିଚୟ ଦେଉଥିବା ଜଣେ ବ୍ୟକ୍ତିଙ୍କ ନିକଟକୁ ନେଇଯାଇଥିଲେ ପରିବାର ଲୋକେ । କିନ୍ତୁ ନକଲି ଡାକ୍ତର ବାବୁ ସସ୍ମିତାକୁ ଭୁଲ ଇଞ୍ଜେକସନ ଦେଇ ମେଡିକାଲ ନେଇଯିବା ପାଇଁ କହିଥିଲେ । ସାତ ବର୍ଷର ଝିଅ ସସ୍ମିତାକୁ ଏହି ଭୁଲ ଇଞ୍ଜେକ୍ସନ ଦେବା ପରେ ଆଇସିୟୁରେ ମୃତ୍ୟୁ ସହ ସଂଗ୍ରାମ କରୁଛି ଶିଶୁ ।

ଏହି ଘଟଣାକୁ ନେଇ ଅସ୍ତରଙ୍ଗ ମେଡିକାଲରେ କିଛି ସମୟ ଉତ୍ତେଜନା ସୃଷ୍ଟି ହୋଇଥିଲା । ତେବେ ସସ୍ମିତାଙ୍କୁ ଭୁଲ ଇଞ୍ଜେକ୍ସନ ଦେଇଥିବା ନକଲି ଡାକ୍ତର ଜଣକ କୌଣସି ସରକାରୀ ମେଡିକାଲରେ ଔଷଧ ବିତରକ ଭାବେ କାର୍ଯ୍ୟ କରୁଥିବା ବିଶେଷ ସୂତ୍ରରୁ ଜଣା ପଡିଛି । ଅସ୍ତରଙ୍ଗ ମେଡିକାଲରେ ପହଞ୍ଚିବା ପରେ ସସ୍ମିତା ଗୁରୁତର ଥିବାରୁ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଆମ୍ବୁଲାନ୍ସ ମାଧ୍ୟ୍ୟମରେ ରେଫର କରିଦେଇଛନ୍ତି । ଏଠି ସସ୍ମିତାଙ୍କୁ ପାଟସୁନ୍ଦର ଗ୍ରାମର ନକଲି ଡାକ୍ତରଙ୍କୁ ପୋଲିସ କାହଁକି ଗିରଫ କରୁନାହିଁ ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.