ଅବସର ନେବା ପରେ କଣ କରନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ,ଜାଣନ୍ତୁ …

ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟାଳୟରେ ବିଚାରପତିଙ୍କ ଅବସର ନେବାର ବୟସ ୬୫ ବର୍ଷ। ସବୁଠୁ ବରିଷ୍ଠ ଜଜଙ୍କୁ ହିଁ ଦେଶର ପ୍ରଧାନ ବିଚାରପତି ପଦରେ ନିଯୁକ୍ତ କରାଯାଏ। କଣ ଆପଣ ଜାଣିଛନ୍ତି ଅବସର ନେବା ପରେ ଦେଶର ପ୍ରଧାନ ବିଚାରପତିମାନେ କଣ କରନ୍ତି। ଅବସର ନେବା ପରେ ସମସ୍ତ ପୂର୍ବତନ ପ୍ରଧାନ ବିଚାପରତି ନିଜ ନିଜ ଶୈଳୀରେ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜକୁ ସକ୍ରିୟ ରଖିଛନ୍ତି। କିଛି ଅବସରପ୍ରାପ୍ତ ପ୍ରଧାନ ବିଚାରପତି ରାଜନୀତିରେ ପ୍ରବେଶ କରିଥିବା ବେଳେ ଆଉ କିଛି ବିଶ୍ଵ ବିଦ୍ୟାଳୟର କୁଳପତି ଅଛନ୍ତି। ଜଣେ ପ୍ରଧାନ ବିଚାରପତି ତ ରାଷ୍ଟ୍ରପତି ନିର୍ବାଚନ ଲଢିବା ପାଇଁ ପଦରୁ ଇସ୍ତଫା ଦେଇଥିଲେ। ଏମିତି ଅନେକ ପୂର୍ବତନ ପ୍ରଧାନ ବିଚାରପତି ଅଛନ୍ତି, ଯେଉଁମାନେ କୌଣସି ଭୂମିକାରେ ରହିବାକୁ ପସନ୍ଦ କରନ୍ତି ନାହିଁ।

ଦେଶ ସ୍ଵାଧୀନ ପରଠୁ ଏ ପର୍ଯ୍ୟନ୍ତ ୪୯ ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ରହି ସାରିଛନ୍ତି। କିଛି ପଦରେ ରହି ଉଦାହରଣ ସୃଷ୍ଟି କରିଛନ୍ତି। ଅଧିକାଂଶ ବିଚାରପତି ଅବସର ପରେ କୌଣସି ପଦରେ ରହିବାକୁ ଇଚ୍ଛା ପ୍ରକାଶ କରି ନାହାନ୍ତି। ୟୁୟୁ ଲଳିତ ନଭେମ୍ବର ୮ରେ ନିଜ ଜନ୍ମଦିନରେ ଅବସର ନେଉଛନ୍ତି। ଭାରତର ସମସ୍ତ ପ୍ରଧାନ ବିଚାରପତି ନିଜର ଜନ୍ମଦିନରେ ହିଁ ୬୫ ବର୍ଷ ବୟସରେ ଅବସର ନେଉଛନ୍ତି। ଏମିତିରେ ଦେଶର ଅଧିକାଂଶ ପ୍ରଧାନ ବିଚାରପତି ଅବସର ପରେ କୌଣସି ନା କୌଣସି ଆୟୋଗର ଅଧ୍ୟକ୍ଷ ହୋଇଥାନ୍ତି।

ଦ୍ଵିତୀୟ ପ୍ରଧାନ ବିଚାରପତି ଷ୍ଟେଟ କାଉନସିଲ ସଦସ୍ୟ
ଦେଶର ଦ୍ଵିତୀୟ ପ୍ରଧାନ ବିଚାରପତି ପତଞ୍ଜଳୀ ଶାସ୍ତ୍ରୀ ପ୍ରାୟ ତିନି ବର୍ଷ ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ପଦରେ ରହିଛନ୍ତି। ଅବସର ପରେ ସେ ଦିଲ୍ଲୀ ବିଶ୍ଵ ବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତ କରାଯାଇଥିଲା। ସେ ଅନେକ ବୋର୍ଡର ସଦସ୍ୟ ରହିଛନ୍ତି। ପୁଣି ରାଜନୀତି ପ୍ରତି ତାଙ୍କର ରୁଚି ପ୍ରକାଶ ପାଇଥିଲା। ସେହି ସମୟରେ ସେ ମଦ୍ରାସ ସମ୍ବିଧାନ ସଭାର ସଦସ୍ୟ ହୋଇଥିଲେ। ଆଜିର ଭାଷାରେ ଏହାକୁ ବିଧାୟକ କୁହାଯାଏ। ସେ ୧୯୫୮ରୁ ୧୯୬୨ ପର୍ଯ୍ୟନ୍ତ ଏହି ଦପରେ ରହିଥିଲେ।

ପୂଜା ପାଠ କଲେ
୧୯୫୯ରେ ବିହାରର ବିପି ସିହ୍ନା ଦେଶର ପ୍ରଧାନ ବିଚାରପତି ହୋଇଥିଲେ। ସେ ୧୯୬୪ ଯାଏଁ ପ୍ରାୟ ଚାରି ବର୍ଷ ଏହି ଦାୟିତ୍ଵରେ ରହିଥିଲେ। ଅବସର ପରେ ସେ ନିଜକୁ ଆଧ୍ୟାତ୍ମିକତା ଏବଂ ଧାର୍ମିକତା ଉପରେ ମନୋନିବେଶ କଲେ। ମନ ପୂଜା ପାଠରେ ଲଗାଇଲେ। ଧିରେ ଧିରେ ତାଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇବାରେ ଲାଗିଥିଲା। ୧୯୮୬ରେ ତାଙ୍କର ପରଲୋକ ଘଟିଥିଲା।

ଅନେକ କୁଳପତି ହେଲେ
ଅବସର ନେବା ପରେ ଅନେକ ଅବସରପ୍ରାପ୍ତ ପ୍ରଧାନ ବିଚାରପତି ଦେଶର ବିଶ୍ଵ ବିଦ୍ୟାଳୟମାନଙ୍କରେ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ଏଥିରେ ସର୍ବ ପ୍ରଥମେ ଅଛନ୍ତି ପିବି ଗଜେନ୍ଦ୍ରଗଡକର। ସେ ଅନେକ ପୁସ୍ତକ ରଚନା କରିଛନ୍ତି ଏବଂ ୧୯୬୬ରେ ଅବସର ପରେ ମୁମ୍ବାଇ ବିଶ୍ଵ ବିଦ୍ୟାଳୟର କୁଳପତି ହୋଇଥିଲେ।
ଏହିପରି ୧୯୯୩ରୁ ୧୯୯୪ ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ରହିଥିବା ଏମଏନ ଭେଙ୍କଟଚଲେୟା ବି ଅବସର ପରେ ସତ୍ୟସାଇ ଇନଷ୍ଟିଚ୍ୟୁଟ୍ ଅଫ ହାଇ ଲର୍ଣ୍ଣିଂର କୁଳପତି ପଦଭାର ଗ୍ରହଣ କରିଥିଲେ। ୧୯୯୭ ଯାଏଁ ବିଚାରପତି ରହିବା ପରେ ଏଏମ ଅହମଦୀ ଦୁଇ ଥର ଅଲିଗଡ ମୁସଲିମ ୟୁନିଭର୍ସିଟିର କୁଳପତି ହୋଇଥିଲେ। ସେ ଲଗାତାର ସମଗ୍ର ଦୁନିଆରେ ଅନେକ ସ୍ଥାନକୁ ଭାଷଣ ଦେବାକୁ ଯାଉଥିଲେ। ବିଶ୍ଵେଶ୍ଵର ନାଥ ଖରେ ଯେବେ ୨୦୦୪ରେ ଅବସର ନେଲେ ଝାଡଖଣ୍ଡ କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର କୁଳପତି ହୋଇଥିଲେ।

ରାଷ୍ଟ୍ରପତି ନିର୍ବାଚନ ଲଢି କି ହାରିଲେ
କେ ସୁବାରାଓ ୧୯୬୬ରେ ଦେଶର ପ୍ରଧାନ ବିଚାରପତି ନିଯୁକ୍ତ ହୋଇଥିଲେ। ମାତ୍ର ୧୦ ମାସ ପଦରେ ରହିବା ପରେ ବିରୋଧୀ ଦଳ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାରୁ ସେ ପଦରୁ ଇସ୍ତଫା ଦେଇଥିଲେ। କିନ୍ତୁ ଜାକିର ହୁସେନଙ୍କ ବିରୋଧରେ ସେ ନିର୍ବାଚନ ହାରିଥିଲେ।

ହିଦାୟତୁଲ୍ଲା ଉପ ରାଷ୍ଟ୍ରପତି
୧୯୬୮ରୁ ୭୦ ପର‌୍ୟ୍ୟନ୍ତ ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ରହିଥିବା ହିଦାତୁଲ୍ଲା ପଦରୁ ଅବସର ନେବା ପରେ ଦେଶର ଷଷ୍ଠ ଉପ ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ। ସେ କାର୍ଯ୍ୟକାରୀ ରାଷ୍ଟ୍ରପତି ମଧ୍ୟ ରହିଥିଲେ।

ଅବସର ପରେ ରାଜ୍ୟପାଳ
୨୦୧୩ରୁ ୨୦୧୪ ପର‌୍ୟ୍ୟନ୍ତ ପ୍ରଧାନ ବିଚାରପତି ରହିଥିବା ଜଷ୍ଟିସ ପି ସଦାଶିବମ ଅବସର ପରେ କେରଳ ରାଜ୍ୟପାଳ ପଦ ସ୍ଵୀକାର କରିବାରୁ ତାଙ୍କୁ ସମାଲୋଚନା କରାଯାଇଥିଲା।

ରାଜ୍ୟସଭାକୁ ଯାଇଥିବା ସୁପ୍ରିମକୋର୍ଟ
ରଞ୍ଜନ ଗୋଗୋଇ ପ୍ରଧାନ ବିଚାରପତି ପଦରୁ ଅବସର ନେବା ପରେ ରାଜ୍ୟସଭାକୁ ମନୋନୀତ ହୋଇଛନ୍ତି। ତାଙ୍କ ପୂର୍ବରୁ କଂଗ୍ରେସ ପକ୍ଷରୁ ନିର୍ବାଚନ ଜିତି ରଙ୍ଗନାଥ ମିଶ୍ର ୧୯୯୮ରୁ ୨୦୦୪ ଯାଏଁ ରାଜ୍ୟସଭା ସଦସ୍ୟ ରହିଥିଲେ। ତାଙ୍କ ପୁତୁରା ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ବିଚାରପତି ହେଉଛନ୍ତି ଦୀପକ ମିଶ୍ର।

ଅଲଗା ଅଲଗା ଆୟୋଗରେ ରହିଛନ୍ତି ପ୍ରଧାନ ବିଚାରପତି
ଦେଶର ଅଧିକାଂଶ ପ୍ରଧାନ ବିଚାରପତି ଅବସର ପରେ କୌଣସି ନା କୌଣସି ଆୟୋଗର ଅଧ୍ୟକ୍ଷ ଦାୟିତ୍ଵ ସ୍ଵୀକାର କରିଛନ୍ତି। ଏଥିରେ ଜଷ୍ଟିସ ଜେସି ବର୍ମାଙ୍କଠୁ ନେଇ ଜଷ୍ଟିସ କମଲ ନାରାୟଣ ସିଂହ ଏବଂ ଜଷ୍ଟିସ ଆରଏମ ଲୋଧା ସାମିଲ୍।