fbpx

Microsoft CEOଙ୍କୁ ପ୍ରଦାନ କରାଗଲା ପଦ୍ମ ଭୂଷଣ ପୁରସ୍କାର

ନୂଆଦିଲ୍ଲୀ: ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସତ୍ୟ ନାଡେଲାଙ୍କୁ ପ୍ରଦାନ କରାଯାଇଛି ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମ ଭୂଷଣ । ଏହି ସମ୍ମାନ ମିଳିବା ସତ୍ୟଙ୍କ ପାଇଁ ଏକ ଗୌରବର କଥା । ତେଣୁ ଏନେଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ଭାରତର ଜନତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଆମେରିକାର ସାନ ଫ୍ରାନସିସ୍କୋଠାରେ ଅବସ୍ଥାପିତ ଭାରତୀୟ କନସୁଲ ଜେନେରାଲ ଡା. ଟି.ଭି. ନାଗେନ୍ଦ୍ର ପ୍ରସାଦ ଔପଚାରିକ ଭାବେ ସତ୍ୟଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ୫୫ ବର୍ଷୀୟ ସତ୍ୟ ଆସନ୍ତା ବର୍ଷ ଜାନୁଆରୀ ମାସରେ ଭାରତର ଆସିବାର ଯୋଜନା ରହିଛି । ପୁରସ୍କାର ମିଳିବା ପରେ ସତ୍ୟ କହିଛନ୍ତି, ପଦ୍ମ ଭୂଷଣ ମିଳିବା ଓ ବହୁ ଅସାଧାରଣ ବ୍ୟକ୍ତିତ୍ୱଙ୍କ ସହିତ ପରିଚିତ ହେବା ଏକ ଗୌରବର କଥା । ଭାରତରେ କାର୍ଯ୍ୟ ଜାରି ରଖିବା ପାଇଁ ମୁଁ ବହୁତ ଇଚ୍ଛୁକ ରହିଛି । ମୁଁ ବୈଷୟିକ ଜ୍ଞାନର ଉପଯୋଗ କରି ଉପଲବ୍ଧି ହାସଲ କରିବାକୁ ଚାହୁଁଛି ।

ଏହି ଅବସରରେ ସତ୍ୟ ଓ ଡା. ପ୍ରସାଦଙ୍କ ମଧ୍ୟରେ ଭାରତରେ ଡିଜିଟାଲ ଟେକ୍ନୋଲୋଜିର ବୃଦ୍ଧି ନେଇ ଆଲୋଚନା ହୋଇଥିଲା । ଆସନ୍ତା ଦଶନ୍ଧି ଡିଜିଟାଲ ଟେକ୍ନୋଲୋଜିର ହେବ । ଭାରତର ପ୍ରତ୍ୟେକ ଉଦ୍ୟୋଗ ଓ ସଂଗଠନ ଟେକ୍ନୋଲୋଜି ଆଡ଼କୁ ଗତି କରୁଛି । ଏହାଦ୍ୱାରା ଆଗାମୀ ଦିନରେ ଦେଶକୁ ଦକ୍ଷତା, ଟେକ୍ନୋଲୋଜି, ନିବେଶ କ୍ଷେତ୍ରରେ ସଫଳତା ମିଳିବ ବୋଲି ସତ୍ୟ କହିଥିଲେ ।

Get real time updates directly on you device, subscribe now.