fbpx
BJD SKY
BJD SKY

Big Announcement:ଦୀପାବଳିରେ ଆସିବ ଖୁସି; ୭୫ ହଜାର ଯୁବକଙ୍କୁ ଚାକିରି ଦେବେ ପିଏମ ମୋଦୀ, ଅକ୍ଟୋବର ୨୨ରେ ଘୋଷଣା

BJD

ନୂଆଦିଲ୍ଲୀ: ରୋଜଗାର ବା ଚାକିରି ସନ୍ଧାନରେ ଥିବା ଯୁବକଙ୍କ ପାଇଁ ପାର୍ବଣ ଖୁସି ନେଇକି ଆସିପାରେ। କାରଣ ଏଥର ଦୀପାବଳି ରୋଜଗାରର ଦିନ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମଗ୍ର ଦେଶରେ ହଜାର ସଂଖ୍ୟକ ନିଯୁକ୍ତିର ଘୋଷଣା କରିବେ। ସେ ଜୁନ ମାସରେ କହିଥିଲେ ଯେ, ଆସନ୍ତା ବର୍ଷ ଡିସେମ୍ବର ସୁଦ୍ଧା ୧୦ ଲକ୍ଷ ନିଯୁକ୍ତି ଦିଆଯିବ।

ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୨ ଅର୍ଥାତ ଦୀପାବଳିର ଦୁଇ ଦିନ ପୂର୍ବରୁ ଭିଡିଓ କନଫରେନ୍ସିଂ ଜରିଆରେ ଯୁବକଙ୍କ ସହ କଥା ହେବେ। ଏହି ସମୟରେ ୭୫ ହଜାର ଯୁବକଙ୍କୁ ରୋଜଗାରର ଉପହାର ଦେବେ। ଅଲଗା ଅଲଗା ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ୭୫ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ଦିଆଯିବ।

କେଉଁ ବିଭାଗରେ ମିଲିବ ଚାକିରି
ଏହି ସମୟରେ ଯୁବକଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟ, ରେଳ ମନ୍ତ୍ରଣାଳୟ, ଡାକ ବିଭାଗ, ଗୃହ ମନ୍ତ୍ରଣାଳୟ, ଶ୍ରମ ଏବଂ ରୋଜଗାର ମନ୍ତ୍ରଣାଳୟ, ସିଆଇଏସଏଫ, ସିବିଆଇ, କଷ୍ଟମ, ବ୍ୟାଙ୍କିଂ ସମେତ ଅନେକ କ୍ଷେତ୍ରରେ ଚାକିରି ଦିଆଯିବାର ଘୋଷଣା କରାଯିବ। ଏହି କାର୍ଯ୍ୟକ୍ରମରେ ଦେଶର ଅନେକ କେନ୍ଦ୍ର ମନ୍ତ୍ରୀ ବି ସାମିଲ୍ ହେବେ।

ସାମିଲ୍ ହେବେ ଏହି ସବୁ ମନ୍ତ୍ରୀ
ଓଡିଶାରୁ କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୁଜରାଟରୁ ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ, ଚଣ୍ଡିଗଡରୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ମହାରାଷ୍ଟ୍ରରୁ ପୀୟୁଷ ଗୋଏଲ, ରାଜସ୍ଥାନରୁ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ, ତାମିଲନାଡୁରୁ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ, ଉତ୍ତର ପ୍ରଦେଶରୁ ଭାରି ଉଦ୍ୟୋଗ ମନ୍ତ୍ରୀ ମହେନ୍ଦ୍ର ପାଣ୍ଡେ, ଝାଡଖଣ୍ଡରୁ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ବିହାରରୁ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହ ସାମିଲ୍ ହେବେ। ସେହି ପରି ଅନ୍ୟ ମନ୍ତ୍ରୀ ଅଲଗା ଅଲଗା ସହରରୁ କାର୍ଯ୍ୟକ୍ରମରେ ଯୋଗ ଦେବେ। ସମସ୍ତ ସାଂସଦ ନିଜ ଅଞ୍ଚଳରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାର୍ଯ୍ୟକ୍ରମରେ ଜଡିତ ହେବେ।

Get real time updates directly on you device, subscribe now.