fbpx

(Video) ପଥରରୁ ଉଭା ହେଲେ ସ୍ୱୟଂ ରାଧାକୃଷ୍ଣ: ତୁଳସୀ ଚଉଁରା ମୂଳେ ଏହି ଚମତ୍କାର ଦେଖିବାକୁ ଭକ୍ତଙ୍କ ଗହଳି

ପଥର ଫଟେଇ ବାହାରି ଆବିର୍ଭାବ ହୋଇଛନ୍ତି ସ୍ୱୟଂ ରାଧାକୃଷ୍ଣ । କଳିଯୁଗରେ ଦେଖାଯାଇଛି ଲୀଳାମୟ ଠାକୁର କାଳିଆ ରଜାର ଅପୂର୍ବ ଚମତ୍କାର । ବିଶ୍ୱାସ ଶ୍ରଦ୍ଧା ଏବଂ ଭାବ ଭକ୍ତିର ମିଳିଲା ଅନନ୍ୟ ଉଦାହରଣ । ଭକ୍ତଙ୍କ ନିମନ୍ତେ ଯୁଗେ ଯୁଗେ ଭଗବାନ ଆର୍ବିଭାବ ହୋଇ ପ୍ରମାଣିତ କରି ଦେଖାଇଛନ୍ତି ଦୁଃଖୀ ହର୍ତ୍ତା କାହ୍ନା । ଯେତେବେଳେ ଭକ୍ତଟିଏ ଶରଧାରେ ଆକୁଳ ହୋଇ ଡାକିଦିଏ, ଭାବ ବିନୋଦିଆ ଭକ୍ତ ରଙ୍କା ଠାକୁର ଦୌଡି ଆସିଥାନ୍ତି । ଯେମିତି ଆଜି ପଥର ଭିତରୁ ଆର୍ବିଭାବ ହୋଇଗଲେ କାଳିଆ ଠାକୁର । ଚଉଁରା ଫଟେଇ ରାଧାରାଣୀଙ୍କ ସହ ଉଭା ହୋଇଛନ୍ତି କଳାକାହ୍ନୁ । ମହାପ୍ରଭୁଙ୍କର ଏହି ଅପୂର୍ବ ଲୀଳା ପରେ ହଠାତ ଜୀବନ୍ତ ହୋଇ ଉଠିଛି ନିର୍ଜୀବ ପଥର ।
ଏମିତି ଏକ ଅବିଶ୍ୱସନୀୟ ଏବଂ ଅଲୌକିକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବୋଲଗଡ ବ୍ଲକ ହାଟବସ୍ତ ଗ୍ରାମରେ । ରାଧାକୃଷ୍ଣଙ୍କ ଅନନ୍ୟ ମୂର୍ତ୍ତିକୁ ଦେଖି ଭକ୍ତଙ୍କ ମନରେ ଅପାର ଆନନ୍ଦ ସୃଷ୍ଟି ହୋଇଛି । କାର୍ତ୍ତିକ ମାସରେ ହବିଷ୍ୟାଳିଙ୍କ ଭାବ ଭକ୍ତିରେ ଆଜି ସ୍ୱୟଂ ପ୍ରଭୁ ଧରାପୃଷ୍ଠକୁ ଓହ୍ଲାଇ ଆସିଛନ୍ତି । ଏଭଳି ଏକ ଘଟଣା ନ ଦେଖିଲେ ହୁଏତ ବିଶ୍ୱାସ ବି କରିହେବନି । ଆଜିର କଳିଯୁଗରେ ପ୍ରଭୁଙ୍କ ଏହି ଚମକ୍ରାରକୁ ଦେଖିଲେ ଲୋମ ଟାଙ୍କୁରି ଉଠିବ ।

ଗ୍ରାମର ସ୍ୱପ୍ନେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଥିବା ଚଉରା ବୃକ୍ଷ ମୂଳରେ ଗ୍ରାମର ହବିଶ୍ୟାଳି ମାନେ ରାଧାଦାମୋଦର ପୂଜା କରୁଥିଲେ । ଏହି ସମୟରେ ସଞ୍ଜ ସଳିତା ଲଗାଇ ରଖୁଥିବା ପଥରରେ ରାଧାକୃଷ୍ଣ ମୂର୍ତ୍ତି ବାହାରୁଥିବାର ଦେଖି ଚକିତ ହୋଇଥିଲେ ପୂଜା କରୁଥିବା ମହିଳା । ଏହାପରେ ଏହି ରାଧାକୃଷ୍ଣଙ୍କ ମୂର୍ତ୍ତି ଦେଖିବାକୁ ବାବା ସ୍ୱ୍ୱପ୍ନେଶ୍ୱର ମନ୍ଦିରରେ ଭିଡ ଲାଗିଛି । ପ୍ରଥମେ ଏହି ମୂର୍ତ୍ତିକୁ ପଥର ଦେହରେ ଛୋଟ ଆକାରର ଅର୍ଥାତ କେବଳ ଉପର ଅଂଶ ଦେଖିବାକୁ ମିଳିଥିଲା । ପରେ ପରେ ରାଧାକୃଷ୍ଣ ମୂର୍ତ୍ତିର ଅଧା ଅଞ୍ଚଳ ଯାଏଁ ବାହାରିଥିବା ଦେଖିବାକୁ ମିଳିଛି । ଏହି ମୂର୍ତ୍ତି ଦେହରେ ପ୍ରତ୍ୟହ କ୍ଷୀର ତୁଳସୀ ଦେଇ କାର୍ତ୍ତିକ ବ୍ରତଧାରୀ ପୂଜା କରୁଥିବାରୁ ଏହି ମୂର୍ତ୍ତିର ଅକାର ବୃଦ୍ଧି ପାଉଥିବା ବିଶ୍ୱାସ କରାଯାଉଛି । ସେଥିପାଇଁ ଲୀଳାମୟଙ୍କ ଅପୂର୍ବ ଲୀଳା ଦେକିବା ପାଇଁ ଏହି ସ୍ଥାନକୁ ଏବେ ଭକ୍ତଙ୍କ ସୁଅ ଛୁଟିଛି ।

Get real time updates directly on you device, subscribe now.