fbpx

ଡ୍ୟୁଟିରେ ଅବହେଳା କଲେ, ଖରାପ ଆଚରଣ କଲେ ବନ୍ଦ ହୋଇଯିବ Pension-Gratuity: ନିୟମରେ ସଂଶୋଧନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ଅପଡେଟ୍ ଆସିଛି । ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଡବଲ୍ ବେନିଫିଟ୍ ଦେଇଥିଲେ । କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ହେବା ସହ ଦଶହରା ଓ ଦିପାବଳୀ ବୋନସ ଦେଇଥିଲେ । ତେବେ ଏହା ମଧ୍ୟରେ କର୍ମଚାରୀଙ୍କୁ ଲାଗିବାକୁ ଯାଉଛି ଏକ ଜବରଦସ୍ତ ଝଟକା । ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର କଠୋର ନିୟମ ଲାଗୁ କରିଛନ୍ତି ।

ସୂଚନା ମୁତାବକ, ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ନୂଆ ସଂଶୋଧିତ ସେଣ୍ଟ୍ରାଲ ସିଭିଲ ସର୍ଭିସ (ପେନସନ) ନିୟମ ୨୦୨୧ ଲାଗୁ କରିଛନ୍ତି । ଏହି ନିୟମ ଅନୁଯାୟୀ ଯଦି ଜଣେ କର୍ମଚାରୀ ଦାୟିତ୍ୱହୀନ ଭାବେ ନିଜର କର୍ତ୍ତବ୍ୟରେ ଅବହେଳା କରନ୍ତି ବା କୌଣସି ତ୍ରୁଟିଯୁକ୍ତ ଆଚରଣ କରନ୍ତି, ତେବେ ତାଙ୍କର ପେନସନ ଓ ଗ୍ରାଚ୍ୟୁଇଟି ବନ୍ଦ କରିଦିଆଯିବ ।

ତେବେ ଏହି ନିୟମ ସମ୍ପର୍କରେ କେନ୍ଦ୍ର ସରକାର ଏକ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି । ଏହି ସଂଶୋଧିତ ରୁଲ ମୁତାବକ, ରାଷ୍ଟ୍ରପତି, ସାଧାରଣ ପ୍ରଶାନିକ ବିଭାଗ ସେକ୍ରେଟାରୀ, ଭାରତୀୟ ମହାଲେଖାକାରଙ୍କ ଭଳି କର୍ତ୍ତୃପକ୍ଷ ଜଣେ ଦୋଷୀ କର୍ମଚାରୀଙ୍କ ବିରୋଧରେ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପରିବେ ।

ଏ କ୍ଷେତ୍ରରେ ଉକ୍ତ କର୍ମଚାରୀଙ୍କ ପେନସନକୁ ସମ୍ପୂର୍ଣ୍ଣ ବା ଆଂଶିକ ଭାବେ ବନ୍ଦ କରିଦିଆଯିବ । ତେବେ କର୍ମଚାରୀଙ୍କ ପେନସନ ବନ୍ଦ ନିଷ୍ପତ୍ତି ପୂର୍ବରୁ କର୍ତ୍ତୃପକ୍ଷ କେନ୍ଦ୍ର ଲୋକସସେବା ଆୟୋଗ (ୟୁପିଏସସି)ଙ୍କ ସହିତ ପରାମର୍ଶ କରିବେ । ତେବେ କେନ୍ଦ୍ର ସରକାରଙ୍କର ଏହି ନୂଆ ନିଷ୍ପତ୍ତିକୁ ନେଇ ଏବେ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ଲାଗିଛି ବଡ଼ ଝଟକା ।

Get real time updates directly on you device, subscribe now.