fbpx

ମୋ ବାପା ୫୦ରୁ ୭୦ ଜଣ ମହିଳାଙ୍କୁ ହତ୍ୟା କରି କୂଅକୁ ଫିଙ୍ଗି ଦେଇଛନ୍ତି: ଭୟଙ୍କର ଖୁଲାସା କଲେ ଜଣେ ମହିଳା

ନୂଆଦିଲ୍ଲୀ: ଜଣେ ମହିଳା ତାଙ୍କର ବାପାଙ୍କୁ ନେଇ ଏକ ଭୟଙ୍କର ଖୁଲାସା କରିଛନ୍ତି । ମହିଳାଙ୍କ ମୁତାବକ, ତାଙ୍କ ବାପା ଜଣେ ସିରିୟଲ କିଲର ଥିଲେ । ସେ ୫୦ରୁ ଅଧିକ ମହିଳାଙ୍କୁ ହତ୍ୟା କରି କୂଅ ମଧ୍ୟକୁ ଫିଙ୍ଗି ଦେଇଥିଲେ । ମଦ୍ୟପାନ କରି ତାଙ୍କର ବାପା ଏହି ସମସ୍ତ କାରନାମା କରିଥିଲେ । ଗତ ୨୦୧୩ରେ ମହିଳାଙ୍କ ପିତା ୭୫ ବର୍ଷ ବୟସରେ ମୃତ୍ୟୁବରଣ କରିଥିବା ବେଳେ ପୋଲିସ ବର୍ତ୍ତମାନ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

ଏହି ଘଟଣାଟି ଘଟିଛି ଆମେରିକାର ଆଇୱା ଅଞ୍ଚଳରେ । ଏଫବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଦେଇଛି । ୪୫ ବର୍ଷୀୟା ଜଣେ ମହିଳା କହିଛନ୍ତି ଯେ, ତାଙ୍କର ପିତା ୫୦ରୁ ୭୦ ଜଣ ମହିଳାଙ୍କୁ ହତ୍ୟା କରିଥିଲେ । ଏଥିସହିତ ସେ ଦୁଇଜଣ ପୁରୁଷଙ୍କୁ ମଧ୍ୟ ହତ୍ୟା କରିଥିଲେ । ୨୦୧୩ରେ ୭୫ ବର୍ଷ ବୟସରେ ମହିଳାଙ୍କ ପିତାଙ୍କର ମୃତ୍ୟୁ ଘଟିଥିଲା ।

ତେବେ ସ୍ଥାନୀୟ ପୋଲିସ ମହିଳାଙ୍କର ଏହି ବୟାନକୁ ସତ ବୋଲି ଗ୍ରହଣ କରିଛି । ମହିଳାଙ୍କ ପିତା ଆମେରିକାର ଇତିହାସର ଜଣେ ଭୟଙ୍କର ହତ୍ୟାକାରୀ ଥିଲେ । ମହିଳାମାନଙ୍କୁ ଉକ୍ତ ଯୁବକ ଜଣଙ୍କ ବିଭିନ୍ନ ପ୍ରକାରର ଲାଳସା ଦେଖାଇ ଆଇୱା ସ୍ଥିତ ଏକ ଫାର୍ମ ହାଉସକୁ ଡାକୁଥିଲେ । ଯେଉଁ କୂଅରେ ମୃତଦେହଗୁଡ଼ିକୁ ସମାଧି ଦିଆଯାଉଥିଲା, ସେଠାରେ ବୋରିଂ ପାଇଁ ୨୦ ଲକ୍ଷ ଖର୍ଚ୍ଚ ହୋଇଥିବା ଅନୁମାନ କରାଯାଉଛି । ୧୦୦ ଫୁଟ ଗଭୀର ବିଶିଷ୍ଟଏହି କୂଅକୁ ସମ୍ପୂର୍ଣ୍ଣ ଭାବେ ଖୋଳିଲେ ପାଖାପାଖି ୨.୫ କୋଟି ଖର୍ଚ୍ଚ ହେବ ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.