fbpx

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍: ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ

ଭୁବନେଶ୍ୱର: ଭୁବନେଶ୍ୱର ଆରଡବ୍ଲୁଏସଏସ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ କରିଛି ଭିଜିଲାନ୍ସ। ଆରଡବ୍ଲୁଏସଏସ’ର ନିହାର ରଞ୍ଜନ ଦାସଙ୍କ ଘରେ ଭିଜିଲାନ୍ସ ରେଡ ପରେ ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ଠାବ ହୋଇଥିବା ଜଣାପଡିଛି। ଡକ୍ୟୁମେଣ୍ଟ ଯାଞ୍ଚ ବେଳେ ୧.୭୫ କୋଟିର କ୍ରିପ୍ଟୋ କରେନ୍ସି ବିଷୟରେ ତଥ୍ୟ ସାମ୍ନାକୁ ଆସିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ ନିହାରଙ୍କ ଘରେ ହୋଇଛି।ଏକକାଳୀନ ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ଓ ଖୋର୍ଦ୍ଧାରେ ରେଡ୍ ହୋଇଥିବା ସୂଚନା ମିଳିଛି।

ନିହାରଙ୍କ ଘର ରେଡ୍ ବେଳେ କ୍ରିପ୍ଟୋ ଲିଙ୍କ ଠାବ ହୋଇଥିବା ଭିଜିଲାନ୍ସ ସୂଚନା ଦେଇଥିଲା ଭିଜିଲାନ୍ସ। ସୂଚନା ଅନୁସାରେ, ରେଡ୍ ବେଳେ ନିହାର ଡକ୍ୟୁମେଣ୍ଟ ନଷ୍ଟ କରିବାକୁ ନିହାର ଉଦ୍ୟମ କରିଥିଲେ। କିଛି ଡକ୍ୟୁମେଣ୍ଟ ଓ ଗୋଟିଏ ମୋବାଇଲ ନଷ୍ଟ କରିବାକୁ ଉଦ୍ୟମ କରୁଥିବା ସମୟରେ ଧରିକପାଇଥିଲା ଭିଜିଲାନ୍ସ। ଏହି ଡକ୍ୟୁମେଣ୍ଟଗୁଡ଼ିକୁ ଉଦ୍ଧାର କରି ଭିଜିଲାନ୍ସ କ୍ରିପ୍ଟୋ ଲିଙ୍କ୍ ପାଇଥିଲା। କ୍ରିପ୍ଟୋ କାରବାର ନେଇ ୩୮ଟି ଡକ୍ୟୁମେଣ୍ଟ ପାଇଛି। ଏହା ସହ ଘରେ ରେଡ୍ ବେଳେ ମଧ୍ୟ ବିପୁଳ ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ ଟିମ୍। ୨ଟି କୋଠା, ସମ୍ବଲପୁରରେ ୮ଟି ପ୍ଲଟ, ୨ଟି କାର, ୨ଟି ବାଇକ୍ ଠାବ ହୋଇଛି।

 

 

Get real time updates directly on you device, subscribe now.