ଦେଶରେ ଦରଦାମ ବଢିବା ପଛରେ କାରଣ କ’ଣ ? ଆରବିଆଇ ବୈଠକ ପୁର୍ବରୁ ଏମପିସି ସଦସ୍ୟ କହିଲେ ଏହାର କାରଣ

ମୁମ୍ବାଇ: ଭାରତରେ ବର୍ତ୍ତମାନ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ଏକ ବଡ଼ ସମସ୍ୟା ଅଟେ । ଦେଶରେ ଲୋକେ ଏକ ଉଚ୍ଚ ସ୍ତରର ମହଙ୍ଗା ମାଡର ସାମ୍ନା କରୁଛନ୍ତି । ଯାହାର ପ୍ରଭାବ ଚାହିଦା ଉପରେ ମଧ୍ୟ ପଡୁଛି । ଆମାଗୀ ସମୟରେ ଏହା ଭାରତୀୟ ଅର୍ଥନୀତି ପାଇଁ କ୍ଷତିକାରକ ହୋଇପାରେ । ସରକାର ଏବଂ ରିଜର୍ଭ ବ୍ୟାଙ୍କ ବାହାରି ପ୍ରଭାବକୁ ଏଥିପାଇଁ ଦାୟୀ କରି ଆସୁଛନ୍ତି। ଦରଦାମ୍ ବଢି ଚାଲିଥିବା ଗତ ୩ ତ୍ରୈୟମାସିକରେ ମୁଦ୍ରାସ୍ପିତି ଧାର୍ଯ୍ୟ ହାରଠାରୁ ଉଚ୍ଚରେ ରହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରିଜର୍ଭ ବ୍ୟାଙ୍କ ସ୍ୱତନ୍ତ୍ର ମୁଦ୍ରା ନୀତି କମିଟିର ବୈଠକ ନଭେମ୍ବର ୨ ତାରିଖରେ ଡାକିଛି।

ତେବେ ମୁଦ୍ରା ନୀତି କମିଟିର ଜଣେ ସଦସ୍ୟ “ଶଶାଙ୍କ ଭିଡ଼େ’ କହିଛନ୍ତି ଯେ, ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ନୀତିଗତ ପ୍ରୟାସ ଆବଶ୍ୟକ । ଭିଡେ କହିଛନ୍ତି ଯେ, ଚାପ ବହୁତ ଅଧିକ ଏବଂ ଭାରତରେ ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିବା ମଧ୍ୟ ଏକ କଷ୍ଟକର ପରୀକ୍ଷା ଭଳି। ଇନ୍ଧନ ଏବଂ ଖାଦ୍ୟର ଅଧିକ ମୂଲ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ର ଉପରେ ଏହାର ପ୍ରଭାବ ମୁଦ୍ରାସ୍ଫୀତି ହାରକୁ ଅଧିକ ରଖିଛି । ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଉପରେ ଆଧାରିତ ଖୁଚୁରା ମୁଦ୍ରାସ୍ଫୀତି ଜାନୁୟାରୀ ୨୦୨୨ ଠାରୁ ୬ ପ୍ରତିଶତରୁ ଅଧିକ ରହିଆସିଛି। ସେପ୍ଟେମ୍ବରରେ ଏହା ୭.୪୧ ପ୍ରତିଶତ ଥିଲା। ଆରବିଆଇର ମୁଦ୍ରା ନୀତି ଉପରେ କୌଣସି ନିଷ୍ପତ୍ତି ନେଉଥିବାବେଳେ ମୁଦ୍ରା ନୀତି କମିଟି ମୁଦ୍ରାସ୍ଫୀତି ପ୍ରତି ବିଶେଷ ଧ୍ୟାନ ଦେଇଥାଏ ବୋଲି ସେ କହିଛନ୍ତି ।

ତେବେ ଭିଡ଼େ ଏହା ମଧ୍ୟ କହିଛନ୍ତି ଯେ, ଏହି ପରିସ୍ଥିତିର କାରଣ ହେଉଛି ମୂଲ୍ୟ ଉପରେ ବାହ୍ୟ କାରଣଗୁଡ଼ିକର ଚାପ। ଏଥି ସହିତ, ଅବଶିଷ୍ଟ ଅର୍ଥନୀତି ଉପରେ ଏହାର ପ୍ରଭାବକୁ ସୀମିତ ରଖିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ। ଏହି ସମସ୍ୟାର ମୁକାବିଲା ପାଇଁ ନୀତିଗୀତ ପ୍ରୟାସ, ଉତ୍ତମ ମୁଦ୍ରା ନୀତି ଏବଂ ଅନ୍ୟାନ୍ୟ ଅର୍ଥନୈତିକ ନୀତି ଆବଶ୍ୟକ ହେବ। ନଭେମ୍ବର ୩ ରେ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟି ଏକ ସ୍ୱତନ୍ତ୍ର ବୈଠକ କରିବାକୁ ଯାଉଛି। ବାସ୍ତବରେ, ଜାନୁଆରୀରୁ କ୍ରମାଗତ ତିନି ତ୍ରୈୟମାସିକରେ ଖୁଚୁରା ମୁଦ୍ରାସ୍ଫୀତିକୁ ୬% ପ୍ରତିଶତ ଧାର୍ଯ୍ୟରେ ରଖିବାରେ କାହିଁକି ବିଫଳ ହୋଇଛି ବୋଲି ଆରବିଆଇ ସରକାରଙ୍କୁ ରିପୋର୍ଟ କରିବାକୁ ପଡିବ। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ୬ ଜଣିଆ ଏମପିସି ଏହି ରିପୋର୍ଟ ପ୍ରସ୍ତୁତ କରିବ ଯେଉଁଥିରେ ମୁଦ୍ରାସ୍ଫୀତି ଲକ୍ଷ୍ୟ ପୂରଣ କରିବାରେ ବିଫଳ ହେବାର କାରଣ ବିଷୟରେ ସରକାରଙ୍କୁ ଅବଗତ କରାଯିବ।