fbpx

Video: ଗୁଜୁରାଟର ମୋର୍ବିରେ କେବୁଲ ବ୍ରିଜ ଭୁଶୁଡ଼ିବା ଘଟଣା; ପ୍ରାଣ ହରାଇଲେ ୩୦ରୁ ଅଧିକ ଲୋକେ, ୭୦ ଆହତ

ନୂଆଦିଲ୍ଲୀ: ଗୁଜୁରାଟର ମୋର୍ବି ଅଞ୍ଚଳର ମାଖୁ ନଦୀରେ ଏକ କେବୁଲ ବ୍ରିଜ ଭୁଶୁଡି ପଡିଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ପ୍ରାୟ ୩୨ ଜଣଙ୍କର ମୃତ୍ୟୁ ହୋଇଛି। ୭୦ ଜଣ ଆହତ ହୋଇଥିବା କୁହାଯାଉଛି, ସେହିପରି ଅନେକ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। କୁହାଯାଉଛି ଯେ ବ୍ରିଜ ଭୁଶୁଡ଼ିବା ବେଳେ ପ୍ରାୟ ୫୦୦ ଲୋକ ଏଥିରେ ଥିଲେ। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି। ଏବେ ପ୍ରାୟ ୧୦୦ ଲୋକ ପାଣିରେ ନିଖୋଜ ରହିଥିବାର ଭୟ ରହିଛି। ଚାରି ଦିନ ପୂର୍ବରୁ ମରାମତି ପରେ ଏହି ସେତୁ ଖୋଲାଯାଇଥିଲା। ଏହି ଦୁର୍ଘଟଣା ପାଇଁ ଏବେ ଗୁଜରାଟ ସରକାରଙ୍କୁ ଦାୟୀ କରାଯାଇପାରେ।

ଘଟଣା ସାମ୍ନାକୁ ଆସିବା ପରେ ଗୁଜୁରାଟ ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି ମୋର୍ବି ଅଭିମୁଖେ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଜି ଗୁଜୁରାଟରେ ଥିଲେ। ସେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କୁ ଡାକି ପରିସ୍ଥିତିର ଅନୁଧ୍ୟାନ କରିବାକୁ କହିଛନ୍ତି। ଏସଡିଆରଏଫ ଟିମ୍, ଫାୟାର ବ୍ରିଗେଡ୍, ଷ୍ଟିମରଗୁଡିକ ତୁରନ୍ତ ରାଜକୋଟ, କୁଚ୍ ରୁ ମୋର୍ବିକୁ ପରିବହନ କରାଯାଉଛି।

ତେବେ ଏହି ଦୁର୍ଘଟଣା ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲଙ୍କ ସହିତ ଆଲୋଚନା କରିଛନ୍ତି । ଉଦ୍ଧାର କାର୍ଯ୍ୟ ଉପରେ ଜୋର ଦେବାକୁ ତତ୍କାଳ ଟିମ୍ ମୁତୟନ କରିବାକୁ ସେ କହିଥିଲେ । ଏହା ସହିତ ସ୍ଥିତି ଉପରେ ପ୍ରଧାନମନ୍ତ୍ରୀ ନିକଟରୁ ଧ୍ୟାନ ରଖିବା ସହିତ ଯଥା ସମ୍ବବ ସହାୟତା ପ୍ରଦାନ କରିବାକୁ ଅଶ୍ୱସନା ଦେଇଛନ୍ତି । ଏହା ସହିତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକଙ୍କ ପରିବାର ପାଇଁ ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ ଦୁଇ ଲକ୍ଷ ଟଙ୍କା ଓ ପ୍ରତ୍ୟେକ ଆହତଙ୍କୁ ୫୦,୦୦୦ ସହାୟତା ଦିଆଯିବ ଘୋଷଣା କରିଛନ୍ତି। ଅନ୍ୟ ପଟରେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତ ପ୍ରତ୍ୟେକଙ୍କୁ ୫୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ ବୋଲି ମଧ୍ୟ ଘୋଷଣା କରିଛନ୍ତି।

 

Get real time updates directly on you device, subscribe now.