fbpx

ନବ ନିର୍ମିତ ରୁସା ଭବନର ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର,୮ା୧୨(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କରିବା ପରେ  ବାଣୀବିହାର ଉତ୍କଳ ବିଶ୍ୱବିଦ୍ୟାଳୟରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପହଞ୍ଚିଥିଲେ । ସେଠାରେ ପ୍ଲାଟିନମ ଜୁବୁଲି ଉଦଯାପନୀ ସମାରୋହରେ ଯୋଗ ଦେଇ ସ୍ମୃତି ସଙ୍କଳନର ଉନ୍ମୋଚନ କରିଛନ୍ତି । ଏହାସହ ନବନିର୍ମିତ ରୁସା ଭବନର ଭିତ୍ତି ପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତି । ସେଠାରେ ଉଦବୋଧନ ଦେଇ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୂଆ ଓଡ଼ିଶାର ନିର୍ମାତାଙ୍କୁ ମନେ ପକାଇଛନ୍ତି ରାଷ୍ଟ୍ରପତି । ଓଡ଼ିଶା ସାରା ବିଶ୍ୱକୁ ଶାନ୍ତିର ବାର୍ତ୍ତା ଦେଇଛି । ଏହି ବିଶ୍ୱବିଦ୍ୟାଳୟର ବହୁ ଛାତ୍ର ଦେଶକୁ ଗର୍ବିତ କରିଛନ୍ତି । ୭୫ବର୍ଷ ଭିତରେ ବିଶ୍ୱବିଦ୍ୟାଳୟ ଶିକ୍ଷାର ମନ୍ଦିର ପାଲଟିଛି । ଏହାସହ ମୋର ବିଶ୍ୱାସ ଖୁବଶୀଘ୍ର ବିଶ୍ୱବିଦ୍ୟଳୟ ଆହୁରି ଅଧିକ ଆଗକୁ ଯିବ ବୋଲି ସେ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସେଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିଥିଲେ ।

Get real time updates directly on you device, subscribe now.