fbpx

(VIDEO)ରିଷି ସୁନକଙ୍କ ହାତରେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି; ଭାଇରାଲ ହେଉଛି ଧାର୍ମିକ ଭାବନାର ଅନେକ ଦୃଶ୍ୟ

ନୂଆଦିଲ୍ଲୀ: କଳା ସାହିତ୍ୟ ସଂସ୍କୃତିରେ ପରିପୂର୍ଣ୍ଣ ହେଉଛି ଭାରତ ତଥା ଓଡିଶା । ଯେଉଁଠାରେ ପୂଜା ପାଉଛନ୍ତି କୋଟି ଓଡିଆଙ୍କ ମଉଡମଣୀ ଜଗତରନାଥ ଜଗନ୍ନାଥ । କେବଳ ଯେ ଓଡିଶା ତାହା ନୁହେଁ ସାରା ବିଶ୍ୱରେ ସେ ପ୍ରସିଦ୍ଧ । ସେଥିପାଇଁ ତ ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କ ହାତରେ କାଳିଆ ସାଆନ୍ତଙ୍କ ଫଟୋ ରହିଛି । ଯହାକୁ ଦେଖିଲେ ଭାତୀୟଙ୍କ ଛାତି ଗର୍ବରେ କୁଣ୍ଢେମୋଟ ହୋଇଯାଉଛି ।

ତେବେ ବର୍ତ୍ତମାନ ଗୋରାଙ୍କ ଦେଶରେ ପୁଣି ଭାରତୀୟ ବଂଶୋଦ୍ଭବଙ୍କ ରାଜ ଚାଲିଛି । ଭାରତୀୟ ବଂଶୋଭବ ରିଷି ସୁନକ ବର୍ତ୍ତମାନ ବ୍ରିଟେନର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ତେବେ ତାଙ୍କର ଏକ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଯେଉଁ ଫଟୋକୁ ଦେଖିଲେ ଭାରତୀୟ ଏବଂ ଓଡିଆଙ୍କ ମଧ୍ୟରେ ଏକ ଗୌରବ ଜାଗ୍ରତ ହେଉଛି ।

କିଛି ଦିନ ତଳେ ଦି କଞ୍ଜରଭେଟିଭ୍ ଫ୍ରେଣ୍ଡ ଅଫ୍ ଇଣ୍ଡିଆ ବ୍ୟାନର ତଳେ କିଛି ଭାରତୀୟ ଏକାଠି ହୋଇଥିଲେ । ଏଥିସହିତ ସେମାନେ ବ୍ରିଟେନର ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଏକ ପ୍ରତିମୂର୍ତ୍ତି ଉପହାର ଦେଇଛନ୍ତି । ଯାହାର ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ସେୟାର ହେବା ସହିତ ସେଥିରେ ଏକ ଖୁବ ସୁନ୍ଦର କ୍ୟାପସନ ମଧ୍ୟ ଲେଖାଯାଇଛି । ମହାପ୍ରଭୁ ତାଙ୍କ ସହ ଅଛନ୍ତି ବୋଲି ସେହି ପୋଷ୍ଟରେ ରହିଛି ।

ରିଷି ସୁନକ ହେଉଛନ୍ତି ଜଣେ ପ୍ରଥମ ହିନ୍ଦୁ ଧର୍ମାବଲମ୍ବୀ ପ୍ରଧାନମନ୍ତ୍ରୀ । ତାଙ୍କର ଆସ୍ଥା ବିଶ୍ୱାସର ଅନେକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରିଷି ସୁନକ ଏବଂ ପତ୍ନୀ ଅକ୍ଷତା ମୂର୍ତ୍ତି ଇସ୍କନ ଧର୍ମରେ ବିଶ୍ୱାସ କରନ୍ତି । ଯାହାକି ତାଙ୍କର ଭାଇରାଲ ଫଟୋରେ ସ୍ପଷ୍ଟ ଦେଖିବାକୁ ମିଳୁଛି ।

ଅକ୍ଟୋବର ୨୮ ତାରିଖରେ ଭାରତୀୟ ବଂଶୋଦ୍ଭବ ରିଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ବିଧିବଦ୍ଧ ଶପଥ ନେଇଥିଲେ । କିନ୍ତୁ ଏହା ପୂର୍ବରୁ ସେ ପ୍ରିନ୍ସ ଚାଲସଙ୍କୁ ଭେଟି ନିଜ କାର୍ଯ୍ୟ ଆରମ୍ଭ କରିଥିଲେ । ଯାହାକୁ ନେଇ ପ୍ରତିଟି ଭାରତୀୟ ମନରେ ଖୁସିର ଲହରି ଖେଳିଯାଇଥିଲା । ଭାରତୀୟ ବଂଶୋଦ୍ଭବ ବ୍ରିଟେନ ନାଗରିକ ୪୨ ବର୍ଷୀୟ ସୁନକ ବ୍ରିଟେନର କ୍ଷମତାସୀନ କଞ୍ଜରଭେଟିଭ ପାର୍ଟିର ନେତା ଭାବେ ନିଯୁକ୍ତି ପାଇଥିଲେ । ତେବେ ନିୟମ ଅନୁସାରେ ଶାସକ ଦଳର ନେତା ହିଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନିଅନ୍ତି , ଯାହାକି ରିଷି ସୁନକ ନେଇଥିଲେ ଏବଂ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ନିଜର ଦାୟିତ୍ୱ ତୁଲାଇଥିଲେ । ତେବେ ୨୦୦ ବର୍ଷର ଇତିହାସ ମଧ୍ୟରେ ସୁନକ ସବୁଠାରୁ କନିଷ୍ଠ ରାଜନେତା ଭାବେ ବ୍ରିଟେନର ଶାସନ ଭାର ସମ୍ଭାଳିବାର ରେକର୍ଡ କରିଛନ୍ତି । ଯାହାଫଳରେ ସେଠାରେ ତାଙ୍କ ହିନ୍ଦୁତ୍ୱକୁ ଟାର୍ଗେଟ କରୁଥିବା କିଛି ଲୋକଙ୍କ ମୁହଁ ମଧ୍ୟ ବନ୍ଦ ହୋଇଯାଇଛି । ଏହାପରେ ତାଙ୍କର ଗୋଟିଏ ପରେ ଗୋଟିଏ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ରିଷି ଭାରତୀୟ ବେଶ ଭୁଷାରେ ପତ୍ନୀଙ୍କ ସହ ଗୋ ପୂଜନ କରୁଥିବା ଦେଖିବାକୁ ମିଳିଛି । ଏପରିକି ଏଠାରେ ଥିବା ଭାରତୀୟମାନେ ତାଙ୍କୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ମା ସୁଭଦ୍ରାଙ୍କ ପ୍ରତିମୃତ୍ତି ଥିବା ଏକ ମୁମେଣ୍ଟୋ ଦେଇ ଶୁଭେଚ୍ଛା ଜଣାଇଛନ୍ତି ।

Get real time updates directly on you device, subscribe now.