fbpx

Uniform Civil Code: ସମାନ ନାଗରିକ ସଂହିତା କ’ଣ, ବିଭିନ୍ନ ଧର୍ମ ସହିତ ଏହାର ସମ୍ପର୍କ କ’ଣ, ଲାଗୁ ହେଲେ ଏହାର ପ୍ରଭାବ କ’ଣ ରହିବ

ନୂଆଦିଲ୍ଲୀ: ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ । ଏହାକୁ ନେଇ ପ୍ରତ୍ୟେକ ରାଜନୈତିକ ଦଳମାନେ ଦିନରାତି ଏକ କରିଦେଇଛନ୍ତି । ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ, ବିଜେପି ଓ ଆମ୍ ଆଦମୀ ପାର୍ଟି (ଆପ) ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେବ । ତେବେ ନିକଟରେ ଗୁଜରାଟ ସରକାର ସମାନ ନାଗରିକ ସଂହିତା (ୟୁସିସି) ଲାଗୁ କରିବା ପାଇଁ ଏକ କମିଟି ଗଠନ କରିଛି । ୟୁସିସି ମାଧ୍ୟମରେ ବିଜେପି ବିଧାନସଭା ଓ ୨୦୨୪ ଲୋକସଭା ନିର୍ବାଚନ ଜିତିବାକୁ ଗୋଟି ଚାଳନା କରୁଥିବା ଚର୍ଚ୍ଚା ହେଉଛି ।

ତେବେ ପ୍ରଶ୍ନ ଉଠୁଛି, କାହିଁକି ଭାଜପା ୟୁସିସି ଲାଗୁ କରିବାକୁ ଯାଉଛି । ଏହାଦ୍ୱାରା ସତରେ କ’ଣ ଦଳକୁ ଫାଇଦା ମିଳିବ । ଗୋଆରେ ଗତ ୧୯୬୧ରୁ ୟୁସିସି ଲାଗୁ ହୋଇ ସାରିଛି । ଭାରତ ବ୍ୟତୀତ ପଡ଼ୋଶୀ ଦେଶ ପାକିସ୍ତାନ, ମ୍ୟାଲେସିଆ, ତୁର୍କି, ଇଣ୍ଡୋନେସିଆ, ସୁଦାନ ଓ ଇଜିପ୍ଟରେ ମଧ୍ୟ ସମାନ ନାଗରିକ ସଂହିତା ପୂର୍ବରୁ ଲାଗୁ ହୋଇ ସାରିଛି । ୟୁସିସିର ଅର୍ଥ ହେଉଛି, ପ୍ରତ୍ୟେକ ଧର୍ମର ସମସ୍ତ ନାଗରିକଙ୍କ ପାଇଁ ସମାନ ନିୟମ ଲାଗୁ ହେବା ।

ୟୁସିସି ଦ୍ୱାରା ପ୍ରତ୍ୟେକ ଧର୍ମର ଲୋକମାନେ ସମାନ ଭାବେ ପ୍ରଭାବିତ ହେବେ । ବିବାହ, ତଲାକ, ସମ୍ପତ୍ତି ବଣ୍ଟନ, ସନ୍ତାନଙ୍କୁ ଗ୍ରହଣ କରିବା ଆଦି ନିୟମ କାନୁନ ସମସ୍ତଙ୍କ ପାଇଁ ସମାନ ରହିବ । ଭାରତରେ ୟୁସିସିକୁ ନେଇ ଦୀର୍ଘ ସମୟ ଧରି ବିରୋଧାଭାସ ଦେଖିବାକୁ ମିଳିଛି । ତେବେ ୟୁସିସିକୁ ଯଦି ଗୋଟିଏ ରାଜ୍ୟ ସରକାର ଲାଗୁ କରନ୍ତି, ତେବେ ସେଠାରେ ସମସ୍ତ ନାଗରିକଙ୍କ ପାଇଁ ଏହା ସମାନ ଭାବେ କାର୍ଯ୍ୟକାରୀ ହେବ ।

ଦେଶରେ ଭିନ୍ନ ଭିନ୍ନ ଧର୍ମ ପାଇଁ ଅଲଗା ଅଲଗା ପର୍ସନାଲ ଆଇନ ରହିଛି । ହିନ୍ଦୁଙ୍କ ପାଇଁ ଅଲଗା ଆକ୍ଟ ରହିଥିବା ବେଳେ ମୁସଲମାନଙ୍କ ପାଇଁ ମଧ୍ୟ ଅଲଗା ମୁସଲିମ ପର୍ସନାଲ ଆଇନ ରହିଛି । ୟୁସିସି ଲାଗୁ ହେବା ପରେ ପ୍ରତ୍ୟେକ ଧର୍ମ ପାଇଁ ଗୋଟିଏ ନିୟମ କାର୍ଯ୍ୟକାରୀ ହେବ । ୟୁସିସିର ଅର୍ଥ ହେଉଛି ଏକ ନିରପେକ୍ଷ ଆଇନ ଆଣିବା । କୌଣସି ଧର୍ମ ସହିତ ଏହାର କୌଣସି ସମ୍ପର୍କ ରହିବ ନାହିଁ । ଏହା ସମସ୍ତଙ୍କ ପାଇଁ ସମାନ ରହିବ ।

ତେବେ ସୂଚନା ମୁତାବକ, ପ୍ରତ୍ୟେକ ଧର୍ମ ପାଇଁ ଅଲଗା ଅଲଗା ଆଇନ ରହିବା କାରଣରୁ ନ୍ୟାୟପାଳିକା ଉପରେ ଅଯଥାରେ ବୋଝ ସୃଷ୍ଟି ହେଉଛି । ତେଣୁ ୟୁସିସି ଲାଗୁ ହେବା ପରେ ଏହି ମୁସ୍କିଲରୁ ଆଶ୍ୱସ୍ତି ମିଳିବା ସହ ବର୍ଷାଧିକ କାଳ ପଡ଼ି ରହିଥିବା ମାମଲାର ଶୀଘ୍ର ସମାଧାନ ହୋଇପାରିବ । ଏହି ନିୟମ ଲାଗୁ ହେଲେ ସାମାଜିକତା ଏକତା ବୃଦ୍ଧି ପାଇବା ସହ ଏହା ଦେଶର ଦ୍ରୁତ ବିକାଶ ଦିଗରେ ସହାୟକ ହେବ ବୋଲି ମଧ୍ୟ କେହି କେହି ମତ ଦେଉଛନ୍ତି ।

ୟୁସିସିକୁ ନେଇ ମୁସଲିମ ପର୍ସନାଲ ଲ’ ବୋର୍ଡ ଆପତ୍ତି କରି ଆସୁଛି । ଏହି ଧର୍ମ ଲାଗୁ କରିବାର ଅର୍ଥ ସବୁ ଧର୍ମ ଉପରେ ହିନ୍ଦୁ ଆଇନ ଲାଗୁ କରିବା । ଏହା ଲାଗୁ ହେଲେ ବ୍ୟକ୍ତିଗତ ଅଧିକାର କ୍ଷୂର୍ଣ୍ଣ ହେବ । ମୁସଲିମଙ୍କର ତିନି ବିବାହ ଅଧିକାର ରହିଥିବା ବେଳେ ୟୁସିସି ଲାଗୁ ହେଲେ ଏହା ରହିବ ନାହିଁ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।

୧୯୪୮ରେ ସମ୍ବିଧାନ ସଭାର ଅଧ୍ୟକ୍ଷ ଥିବା ଡା. ରାଜେନ୍ଦ୍ର ପ୍ରସାଦ ପ୍ରଥମେ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କୁ ଏ ବାବଦରେ କହିଥିଲେ । ହିନ୍ଦୁ ସମାଜରେ ଛୋଟ ଛୋଟ ସଂଖ୍ୟାଲଘୁ ସମୂହ ରହିଛନ୍ତି । ସେମାନଙ୍କ ପାଇଁ ପର୍ସନାଲ ଲ’ ବୋର୍ଡରେ ପରିବର୍ତ୍ତନ ଜରୁରୀ ବୋଲି ରାଜେନ୍ଦ୍ର କହିଥିଲେ । ମାତ୍ର ସର୍ଦ୍ଦାର ପଟେଲ, ମଦନ ମୋହନ ବାଲବୀୟ, କୈଶାଲନାଥ କାଟଜୁଙ୍କ ପରି ନେତାମାନେ ହିନ୍ଦୁ ପର୍ସନାଲ ଆଇନରେ ସୁଧାରକୁ ବିରୋଧ କରିଥିଲେ ।

Get real time updates directly on you device, subscribe now.