fbpx

ରାଗିଂର ଶିକାର ହେଲେ ଛାତ୍ରୀ; କାର୍ଯ୍ୟାନୁଷ୍ଠାନ ପାଇଁ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଗୁହାରୀ

ନିମାପଡା: ଦେଶ ତଥା ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ସିନିୟରମାନଙ୍କ ରାଗିଂ ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଛାତ୍ରୀ ଏହାର ଶିକାର ହେଉଛନ୍ତି । ପୂର୍ବରୁ ଏହିପରି ଘଟଣା ଅନେକ ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ପୁଣି ଏକ ହଷ୍ଟେଲ ରାଗିଂ ମାମଲା ସାମ୍ନାକୁ ଆସିଛି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ମିଳିଥିବା ସୂଚନା ଅନୁଯୟୀ,ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସିନିୟର ରାଗିଂ କରୁଥିବା ନେଇ ଅଭିଯୋଗ ହୋଇଛି । ତେବେ ସରକାରୀ ଛାତ୍ରୀ ନିବାସରୁ ଏଭଳି ଏକ ଘଟଣା ସାମନାକୁ ଆସିଛି । ରାଗିଂ ସମୟରେ ଛାତ୍ରୀଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ନିଆଯାଇନାହିଁ । ତେଣୁ ଏ ନେଇ ପୀଡିତା ଛାତ୍ରୀ ଜଣକ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀଙ୍କୁ ଗୁହାରି କରିଛନ୍ତି ।

Get real time updates directly on you device, subscribe now.