fbpx

‘ଭାରତ ଯୋଡୋ ଯାତ୍ରା’ରେ ତ୍ରିରଙ୍ଗା ନେଇ ଯାଉଥିବା ବେଳେ ଚାଲିଗଲା କଂଗ୍ରେସ ନେତାଙ୍କ ଜୀବନ: ଶୋକ ପ୍ରକାଶ କଲେ ରାହୁଲ ଗାନ୍ଧୀ

ମୁମ୍ବାଇ: ଭାରତ ଯୋଡୋ ଯାତ୍ରାରେ ଭାଗ ନେଇଥିବା ବେଳେ କଂଗ୍ରେସ ସେବା ଦଳର ନେତା କୃଷ୍ଣକାନ୍ତ ପାଣ୍ଡେଙ୍କର ଦେହାନ୍ତ ହୋଇଛି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ଏବେ ମହାରାଷ୍ଟ୍ର ଦେଇ ଯାଉଛି । ଗତରାତିରେ ହିଁ ଏହି ଯାତ୍ରା ମହାରାଷ୍ଟ୍ରରେ ପ୍ରବେଶ କରିଛି । କଂଗ୍ରେସର ସେବା ଦଳର ସାଧାରଣ ସମ୍ପାଦକ ଥିଲେ ପାଣ୍ଡେ ।

କଂଗ୍ରେସ ଏକ ବୟାନରେ କହିଛି ଯେ, ପଦଯାତ୍ରାରେ ସମୟରେ ପାଣ୍ଡେ ତଳେ ପଡ଼ିଯାଇଥିଲେ ଓ ତାଙ୍କୁ ମେଡିକାଲ ନିଆଯାଇଥିଲା । ମେଡିକାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ କହିଛନ୍ତି ଯେ, ପାଣ୍ଡେ ନିଜେ ଓ ଦଳର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ସହ ତ୍ରିରଙ୍ଗା ଧରି ଯାଉଥିଲେ ଓ ଏହା ପରେ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ସହାୟତାରେ ମେଡିକାଲକୁ ନିଆଯାଇଥିଲା, ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ରାଜ୍ୟସଭା ସଦସ୍ୟ କହିଛନ୍ତି ଯେ, ସେ ଜଣେ ଦୃଢ଼ କଂଗ୍ରେସ କର୍ମୀ ଥିଲେ ଏବଂ ନାଗପୁରରେ ଆରଏସଏସ ସହ ଲଢ଼ୁଥିଲେ । ଭାରତ ଯୋଡୋ ଯାତ୍ରାର ନେତୃତ୍ୱ ନେଉଥିବା ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପାଣ୍ଡେଙ୍କ ପ୍ରଶଂସକଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, କଂଗ୍ରେସ ସେବା ଦଳର ସାଧାରଣ ସମ୍ପାଦକ କୃଷ୍ଣକାନ୍ତ ପାଣ୍ଡେ ଜୀଙ୍କର ଦେହାନ୍ତ ସମଗ୍ର କଂଗ୍ରେସ ପରିବାର ପାଇଁ ଅତ୍ୟନ୍ତ ଦୁଃଖଦାୟକ । ମୁଁ ତାଙ୍କ ପ୍ରିୟଜନଙ୍କୁ ମୋର ଗଭୀର ସମବେଦନା ଜଣାଉଛି ।’

Get real time updates directly on you device, subscribe now.