fbpx

ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ

ବରଗଡ଼, ୮ା୧୨(ଓଡ଼ିଶା ଭାସ୍କର): ଡିସେମ୍ବର ୩୧ରୁ ଜାନୁଆରି ୧୦ ଯାଏ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ ।ଏହା ୭୧ତମ ଧନୁଯାତ୍ରା ମହୋତ୍ସବ । ଆସନ୍ତାକାଲି ଦିନ ୨ଟା ୩୦ରୁ ୫ଟା ୩୦ମିନିଟ ମଧ୍ୟରେ ଏହାର ଶୁଭସ୍ତମ୍ଭ ସ୍ଥାପନ ହେବ । ବରଗଡ଼ ଅମ୍ବାପାଲି ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ କରାଯିବ ।

ତେବେ ଯେଉଁଠାରେ ଶ୍ରୀକୃଷ୍ଣ ଓ ବଳରାମଙ୍କ ବାଲ୍ୟଲୀଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ବାହାରିବ ବୋଲି ଜଣାପଡ଼ିଛି । ଧନୁଯାତ୍ରା ପରିଚାଳନା ପାଇଁ ବିଭିନ୍ନ କୋର କମିଟି ଗଠନ କରାଯାଇଛି । ଏହାସହ ଦର୍ଶକଙ୍କ ପାଇଁ ଆଧ୍ୟତ୍ମିକ ପରିବେଶ ସୃଷ୍ଟି କରିବା ପାଇଁ ଭଜନ ସନ୍ଧ୍ୟା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ।  ଏଥି ପାଇଁ ଆଜି ବରଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପସ୍ତୁତି ବୈଠକ ହୋଇଥିଲା । ଏନେଇ ସୂଚନା ଦେଇଛନ୍ତି ଧନୁଯାତ୍ରା କମିଟିର ଆବାହକ ।

Get real time updates directly on you device, subscribe now.