fbpx

JIPMER ପକ୍ଷୀରୁ ବାହାରିଲା ୪୫୬ଟି ପଦବୀ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ପାଇଁ ଏକ ଖୁସି ଖବର । ଜବାହରଲାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟଗ୍ରାଜୁଏଟ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଜେଆଇପିଏମଇଆର) ପକ୍ଷରୁ ୪୫୬ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ତେଣୁ ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ନିଯୁକ୍ତି ସମ୍ପର୍କିତ ସମସ୍ତ ତଥ୍ୟ ଜାଣିପାରିବେ ।

ନର୍ସିଂ ଅଫିସର ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ । ପ୍ରାର୍ଥୀମାନେ ଅନଲାଇନ୍ ମୋଡ଼ରେ ଆବେଦନ କରିବେ । ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ବର୍ଗର ପ୍ରାର୍ଥୀମାନେ ୧୫୦୦ ଟଙ୍କା ଓ ଏସସି / ଏସଟି ବର୍ଗର ପ୍ରାର୍ଥୀମାନେ ୧୨୦୦ ଟଙ୍କା ଫିସ୍ ଜମା କରିବେ । ପ୍ରାର୍ଥୀଙ୍କର ବୟସ ୧୮ରୁ ୩୫ ବର୍ଷ ହେବା ଜରୁରୀ । ବୟସ କୋହଳ ନିୟମ ଅନୁଯାୟୀ ଧାର୍ଯ୍ୟ ହେବ । ପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା ଡିପ୍ଲୋମା / ବି.ଏସସି ନର୍ସିଂ / ଜିଏନଏମ ରହିଥିବା ଆବଶ୍ୟକ ।

ନଭେମ୍ବର ମାସ ୭ ତାରିଖରୁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଡିସେମ୍ବର ମାସ ୧ ତାରିଖରେ ସମାପ୍ତ ହେବ । ତେଣୁ ଏହି ଅବଧି ମଧ୍ୟରେ ଛାତ୍ରଛାତ୍ରୀମାନେ ଆବେଦନ କରିବାକୁ ଅନୁରୋଧ ।

ଆପ୍ଲାଏ ଅନଲାଇନ୍ ଲିଙ୍କ: https://cdn.digialm.com/EForms/configuredHtml/827/80169/Registration.html

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/11/Notification-JIPMER-Nursing-officer-Vacancy.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://jipmer.edu.in/

Get real time updates directly on you device, subscribe now.