fbpx

ପ୍ରକାଶ ପାଇଲା OJS-୨୦୨୧ ରେଜଲ୍ଟ: ଆଦ୍ୟାଶା ମିଶ୍ର ଟପ୍ପର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଜେଏସ-୨୦୨୧ ରେଜଲ୍ଟ ଆଜି ପ୍ରକାଶ ପାଇଛି । ଏଥିରେ ୫୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ନେଇ ଓପିଏସସି ସୂଚନା ଦେଇଛି । ଆଦ୍ୟାଶା ମିଶ୍ର ଏଥିରେ ଟପ୍ପର ହୋଇଥିବା ବେଳେ ଚେତନା ପଟ୍ଟନାୟକ ଏଥିରେ ଦ୍ୱିତୀୟ ଟପ୍ପର ହୋଇଛନ୍ତି ।

ସେହିପରି ଏ.ଗୀତାଞ୍ଜଳି ନାଇଡୁ ତୃତୀୟ ଟପ୍ପର ଓ ବିଭୁପ୍ରସାଦ ନାୟକ ଚତୁର୍ଥ ଟପ୍ପର ହୋଇଛନ୍ତି । ପୁଅଙ୍କୁ ପଛରେ ପକାଇ ଟପ୍-୩ରେ ରହିଛନ୍ତି ଝିଅ । କୃତକାର୍ଯ୍ୟ ହୋଇଥିବା ମୋଟ ୫୦ ଜଣଙ୍କ ମଧ୍ୟରୁ ୨୮ ଜଣ ଝିଅ ଥିବା ସୂଚନା ମିଳିଛି । ସିଭିଲ ଜଜ୍ ପଦବୀରେ ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

Get real time updates directly on you device, subscribe now.