fbpx

‘ପରିବର୍ତ୍ତନର ପଥେ ପଥେ’ ସ୍ୱେଚ୍ଛାସେବୀ ସଂଗଠନର ୫ମ ବାର୍ଷିକ ଉତ୍ସବ ମହା ସମାରୋହରେ ଆୟୋଜିତ

ଭୁବନେଶ୍ୱର: ‘ପରିବର୍ତ୍ତନର ପଥେ ପଥେ’ର ୫ମ ବାର୍ଷିକ ଉତ୍ସବ ଶୁକ୍ରବାର ଜୟ ଭାରତ ଭବନରେ ମହା ସମାରୋହରେ ପାଳନ ହୋଇଯାଇଛି। ଏଥିରେ ଭୂବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ସୁରେଶ କୁମାର ରାଉତରାୟ, ଭୂବନେଶ୍ୱର ମେୟର ସୁଲୋଚନା ଦାସ ଏବଂ ବିଶିଷ୍ଟ ଚଳଚିତ୍ର କଲାକାର ଚନ୍ଦନ କର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଯୋଗ ଦେଇଥିଲେ।

ପରିବର୍ତ୍ତନର ପଥେପତେ ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ଓ ଦାତବ୍ୟ ଅନୁଷ୍ଠାନ। ଏ ଅନୁଷ୍ଠାନର ସମ୍ପାଦକ ତଥା ମୁଖ୍ୟ ପୃଷ୍ଠପୋଷକ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଜଣେ ଯୁବ ଶିଳ୍ପଦ୍ୟୋଗୀ। ତାଙ୍କର ନିରବଛିନ ପ୍ରାୟସରେ ସଂସ୍ଥା ଦିର୍ଘ ୫ ବର୍ଷ ଧରି କାର୍ଯ୍ୟ କରି ଆସୁଛି। ଅନୁଷ୍ଠାନର ଆଭିମୁଖ୍ୟ ଅବହେଳିତ ଲୋକଙ୍କର ସେବା କରିବା। ପ୍ରତିବର୍ଷ ଭିନ୍ନକ୍ଷମ ଲୋକ, ବସ୍ତ ବାସିନ୍ଦା, ଅର୍ଥୀକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ଶୀତବସ୍ତ୍ର ଆଦି ଯୋଗାଇ ଦିଆଯାଏ।

ଚଳିତ ବର୍ଷ ମଧ୍ୟ ସମାନ ଭାବେ କାର୍ଯ୍ୟକ୍ରମ କରାଯାଇଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ନାଚ, ଗୀତ ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯାଇଛି। କେତେକ ବରିଷ୍ଠ ସାମ୍ବାଦିକ, ସୁରକ୍ଷାକର୍ମୀ(ପୋଲିସ) ଓ ସାମାଜ ସେବୀ ମାନଙ୍କୁ ସମ୍ମାନିତ କରାଯାଇ ମାନପତ୍ର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଅତିଥି ମାନଙ୍କର ପରିଚୟ ପ୍ରଦାନ ପରେ ସେମାନେ ତାଙ୍କର ବକ୍ତବ୍ୟ ପ୍ରଦାନ କରି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ସଂଗୀତ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ସୁବ୍ରତ କୁମାର ପଣ୍ଡା, ଗଗନ ପଣ୍ଡା,ଅଲେଖ ଚନ୍ଦ୍ର ନାୟକ, ପ୍ରସନ୍ନ କୁମାର ମହାନ୍ତି, ଜ୍ୟୋତିର୍ମୟ କାନୁନଗୋ(ସାମ୍ବାଦିକ ଦୂରଦର୍ଶନ) ବଶିଂଧର ମଲ୍ଲୀକ, ଅରବିନ୍ଦ ସ୍ୱାଇଁ, ସରୋଜ କୁମାର ପଢି, ବାବୁ ବିଶୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରିଶେଷରେ ସମସ୍ତ ଉପସ୍ଥିତ ଲୋକମାନଙ୍କୁ ଭୋଜନରେ ଆପ୍ୟାୟିତ କରାଯାଇଥିଲା।

Get real time updates directly on you device, subscribe now.