fbpx

NALCO ରେ ଆସିଷ୍ଟାଣ୍ଟ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ପଦବୀରେ ନିଯୁକ୍ତି ସୁଯୋଗ, ଦରମା ୨,୬୦,୦୦୦ ଟଙ୍କା

ନୂଆଦିଲ୍ଲୀ : ଚାକିରୀ ଖୋଜୁଥିବା ଯୁବକ ଯୁବତୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ନ୍ୟାସନାଲ ଆଲୁମିନିୟମ କମ୍ପାନୀ (NALCO) ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ନାଲକୋରେ ବମ୍ପର ନିଯୁକ୍ତି। ଏହି ଭର୍ତ୍ତି ପ୍ରକ୍ରିୟାରେ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର, ଡେପୁଟି ମ୍ୟାନେଜର ପଦବୀ ପୂରଣ ହେବ। ଏଥିପାଇଁ ଆବେଦନ ପ୍ରକ୍ରିୟା ୧୧ ନେଭମ୍ବରରୁ ଆରମ୍ଭ ହୋଇଗଲାଣି। ଇଚ୍ଛୁକ ପ୍ରାର୍ଥୀ ନାଲକୋର ଅଫିସିଆଲ ୱେବସାଇଟ୍‌ nalcoindia.com କୁ ଯାଇ ଆବେଦନ କରିପାରିବେ।

ପଦବୀ ବିବରଣୀ : ୩୯

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୧୦ ଡିସେମ୍ବର ୨୦୨୨ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ପଦବୀରେ ଆବେଦନ କରିବା ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି। ଏହି ପଦବୀରେ ଆବେଦନ କରିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରି ସମ୍ବନ୍ଧିତ ଯୋଗ୍ୟତା ଜାଣିପାରିବେ। ଆସିଷ୍ଟାଣ୍ଟ ମ୍ୟାନେଜର ପାଇଁ ୧୪ ବର୍ଷ, ଡେପୁଟି ମ୍ୟାନେଜର ପଦବୀ ପାଇଁ ୫ ବର୍ଷର ଅଭିଜ୍ଞତା ଥିବା ଜରୁରୀ।

ବୟସ ସୀମା : ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ଏବଂ ଡେପୁଟି ମ୍ୟାନେଜର ପଦବୀ ପାଇଁ ସର୍ବନିମ୍ବ ୩୫ ବର୍ଷ ଏବଂ ସର୍ବାଧିକ ୪୫ ବର୍ଷ ହେବା ଜରୁରୀ।

ଆବେଦନ ଶୁଳ୍କ : ଏହି ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କୁ କୌଣସି ପ୍ରକାର ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ।

ଦରମା : ଡେପୁଟି ମ୍ୟାନେଜର ପଦ ପାଇଁ ୭୦ ହଜାରରୁ ୨ ଲକ୍ଷ ଟଙ୍କା ଏବଂ ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପଦ ପାଇଁ ୧ ଲକ୍ଷରୁ ୨,୬୦,୦୦୦ ହଜାର ଟଙ୍କା ଦରମା ମିଳିବ।

ଏହି ନିଯୁକ୍ତି ବିଜ୍ଞପ୍ତି ବିଷୟରେ ଅଧିକ ଜାଣିବା ପାଇଁ NALCOର ଅଫିସିଆଲ ଲିଙ୍କ https://nalcoindia.com/ ରେ କ୍ଲିକ୍‌ କରନ୍ତୁ।

Get real time updates directly on you device, subscribe now.