fbpx

ମିଜୋରାମରେ ଖସିପଡିଲା ପଥର ଖଣି, ଆଠ ଶ୍ରମିକ ମୃତ୍ୟୁ ଓ ଚାରି ନିଖୋଜ

ଆଇଜାୱଲ୍: ସୋମବାର ଦିନ ମିଜୋରାମ ପଥର ଖଣି ଭୁଷୁଡି ପାଡିବାର ଘଟାଣା ସାମ୍ନାକୁ ଆସିଛି । ଦୁର୍ଘଟଣାରେ ୧୨ଜଣ ମଜୁରିଆ ଫଶିଯାଇଥିଲେ । ଏପର୍ଯ୍ୟନ୍ତ ୮ଟି ଶବ ଉଦ୍ଧାର କରାଯାଇଛି, ଏଥିରୁ ୩ଜଣଙ୍କ ଶରୀର ପୁରା ଖଣ୍ଡବିଖଣ୍ଡିତ ହୋଇଯାଇଛି । ବାର ଜଣଙ୍କ ମଧ୍ୟରୁ ୪ଜଣ ଶ୍ରମିକ ଏବେ ମଧ୍ୟ ଫସି ରହିଛନ୍ତି । ଏହି ସବୁ ଶ୍ରମିକମାନେ ବିହାରର ବାସିନ୍ଦା ବୋଲି ଜାଣା ପଡିଛି । ଘଟଣାସ୍ଥଳରେ ଏସଡିଆରଏଫ, ବିଏସଏଫ ଓ ଆସାମ ରାଇଫଲ୍ସ ଟିମ ଶବଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏପର୍ଯ୍ୟନ୍ତ ଶବ ମାନଙ୍କର ପରିଚୟ ମିଳିପାରିନି ।

ସୂଚନା ଅନୁଯାୟୀ, ଏହି ପଥର ଖଣିଟି ସବୁଠାରୁ ବଡ ଖଣି । ପଥର ଖୋଳିବାକୁ ଯାଇଥିବା ବାର ଜଣ ଶ୍ରମିକ ଏଥିରେ ଫିଯାଇଥିଲେ । ଏହି ଘଟଣାଟି ହାନାଠିଆଲ ଜିଲ୍ଲାରେ ହୋଇଛି । ତେବେ ଅଚାନକ ଭାବେ ଏପରି ଘଟଣା ଘଟିବାରୁଶ୍ରମିକମାନେ ଦୌଡି ଖସି ପାରିନଥିଲେ । ଏହି ଖବର ପାଇ ପାଖ ଗାଁର ଲୋକେ ସେଠାରେ ପହଁଚିଥିଲେ ଏବଂ ଲୋକମାନଙ୍କୁ କାଢିବା ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏସଡିଆପଏଫ, ବିଏସଏଫ, ଓ ଆସାମ ରାଇଫଲ୍ସ ଟିମ ଏପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛି ।
ଏହି ଖଣିକୁ ଠିକାରେ ନେଇଛି ଏବିସିଆଇ ଇମ୍ଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ ଲିମିଟେଡ କମ୍ପାନୀ । ତେବେ ଏହା ଦୀର୍ଘ ଦେଢବର୍ଷ ହେବ ପଥର ଖନନ କାମରେ ନିୟୋଜିତ ଅଛନ୍ତି । ସ୍ଥାନୀୟ ପ୍ରଶାସନ ମଧ୍ୟ ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଅଛନ୍ତି । ଏବଂ ଶ୍ରମିକ ମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରୀ ରହିଛି ।

Get real time updates directly on you device, subscribe now.