fbpx

ପ୍ରେମ କରିବା ପାପ ନୁହେଁ: ଖରାପ ଲୋକକୁ ବାଛିବା ହିଁ ମହାପାପ, ଏଥିପାଇଁ କାହାକୁ ଦୋଷ ଦେବା

ନୂଆଦିଲ୍ଲୀ: ଦିଲ୍ଲୀରେ ଘଟିଯାଇଥିବା ଭୟଙ୍କର ଘଟଣା ପାଇଁ ଆଜି ଆମ ସମାଜ କେତେ ତଳକୁ ଖସିଯାଇଛି ତାହା ପ୍ରମାଣିତ ହୋଇଛି । ୨୬ ବର୍ଷୀୟା ଯୁବତୀ ଶ୍ରଦ୍ଧା ୱାଲକର ଓ ୨୮ ବର୍ଷୀୟ ଯୁବକ ଅଫତାବ ପୁନାୱାଲାଙ୍କୁ ନେଇ ଆଜି ସାରା ଦେଶରେ ଜୋରଦାର ଚର୍ଚ୍ଚା । ଅଫତାବ ତାଙ୍କର ପ୍ରେମିକାଙ୍କ ଶବକୁ ୩୫ ଖଣ୍ଡ କରି କାଟି ଦେଶର ରାଜଧାନୀର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ । ତେବେ ସବୁଠାରୁ ବଡ଼ କଥା ହେଉଛି ଏହି କାର୍ଯ୍ୟ ସେ ୧୮ ଦିନ ଧରି କରି ଚାଲିଥିଲେ ହେଁ ତାହା କେହି ଜାଣିପାରି ନଥିଲେ ।

ତେବେ ଏଭଳି ଘଟଣା ପାଇଁ ପ୍ରକୃତରେ ଦାୟୀ କିଏ? ପିତାମାତା, ଆଇନ, ପୋଲିସ ନା କୋର୍ଟ କଚେରୀ । କାହିଁକି ଏପରି ଗୋଟିକ ପରେ ଗୋଟିଏ ଘଟଣା ଘଟି ଯାଉଛି, ଏଥିପାଇଁ କିଏ ଦାୟୀ ତାହା ମଧ୍ୟ ବିଚାର କରିବାର ସମୟ ଆସିଯାଇଛି । ସମସ୍ତେ କୁହନ୍ତି, ଏହା ପ୍ରେମ । ଏହାକୁ କେବେ ବି ପ୍ରେମ କୁହାଯିବ ନାହିଁ । ଏହା କ୍ୟାସନର, ଏଡସଠାରୁ ଭୟଙ୍କର ନିଶା । ଏଥିରେ ଯିଏ ଥରେ ପଡ଼ିଛି, ସିଏ ମରିବା ହିଁ ସାର ।

ଏହି ଅବସରରେ ଆମେ ପ୍ରିୟ ଭାଇ ଭଉଣୀମାନଙ୍କୁ କହିବାକୁ ଚାହୁଁବୁ କି, ତୁମେମାନେ ଯାହାକୁ ଭଲ ପାଉଛ, ଯାହା ସଙ୍ଗେ ଲିଭ-ଇନରେ ରହୁଛି, ସିଏ କ’ଣ ତୁମ ଜନ୍ମଦାତ୍ରୀଙ୍କ ଠାରୁ ବଡ଼ । ତୁମେମାନେ ଯେଉଁଠି ରୁହ, ଭଲରେ ରହୁ । ମାତ୍ର ତୁମର ଭଲମନ୍ଦ, ସୁଖଦୁଃଖ ପିତାମାତାଙ୍କୁ ଜଣାଇବା କ’ଣ ତୁମର କର୍ତ୍ତବ୍ୟ ନୁହେଁ । ତୁମେଆମେ ପ୍ରେମ ନିଶା ପାଇଁ ଜୀବନ ଦେଲ, କେବେ ଥରେ ଭାବିଛ ତୁମର ସେଇ ବୃଦ୍ଧ ପିତାମାତାଙ୍କ କଥା ।

ଯେଉଁ ପୁଅ ବା ଝିଅ ଥରେ ଧୋକ୍କା ଦେବ ସେ ବାରମ୍ବାର ଧୋକ୍କା ଦେବ । ଯିଏ ଥରେ ଶକ କରିବ ସେ ବାରମ୍ବାର ଶକ କରିବ । ଯିଏ ଥରେ ବ୍ଲାକମେଲ କରିବ ସେ ବାରମ୍ବାର ବ୍ଲାକମେଲ କରିବ । ଯିଏ ଥରେ ଆତ୍ମହତ୍ୟା ଧମକ ଦେବ ସିଏ ବାରମ୍ବାର ଧମକ ଦେବ । ତେଣୁ ତୁମେମାନେ ଯଦି ଏପରି ପାର୍ଟନର ସହ ପୁଣି ରହିବ, ନିଆଁ ସହ ପୁଣି ଖେଳିବ, ତେବେ ଭୋଗିବ କିଏ । ଏଥିପାଇଁ ତୁମେମାନେ ହିଁ ଦାୟୀ ଦୁନିଆକୁ ଦୋଷ ଦେବାର କୌଣସି ଆବଶ୍ୟକତା ନାହିଁ ।

ତୁମେମାନେ ଭାବିପାରୁନ ତୁମେ କାହା ସହ ରହୁଛ । ଗୋଟିଏ ଭୟଙ୍କର ରାକ୍ଷସ/ରାକ୍ଷସୀ ସହିତ ଏକାଠି ରହୁଛ । ଗୋଟିଏ ମଣିଷ କେବେ ବି ଏପରି ହୃଦୟହୀନ କାର୍ଯ୍ୟ କରିପାରିବ ନାହିଁ । ପ୍ରେମ କରିବା କିଛି ପାପ ନୁହେଁ । ମାତ୍ର ଖରାପ ମଣିଷକୁ ବାଛିବା, ଖରାପ ସଙ୍ଗରେ ଏକାଠି ରହିବାର ପରିଣାମ କ’ଣ ହୁଏ ତାହା ବୋଧହୁଏ କହିବାର ଆବଶ୍ୟକତା ନାହିଁ । ଏ କ୍ଷେତ୍ରରେ ପରିବାରର ଦୋଷକୁ ମଧ୍ୟ ଅଣଦେଖା କରି ହେବ ନାହିଁ । ଅନେକ ପରିବାରର ପୁଅ, ଝିଅଙ୍କର ମାନସିକତାକୁ ଠିକ୍ ଭାବେ ମଧ୍ୟ ବୁଝି ନଥାନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଏକ ସୁସ୍ଥ ସମାଜ ଗଠନ ପାଇଁ ଆମ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି ।

Get real time updates directly on you device, subscribe now.