ଆପଣଙ୍କ ପାର୍ଟନ କିସ୍ କଲାବେଳେ ଶରୀରରେ ହେଉଥିବା ଦାଗକୁ ନେଇ ଚିନ୍ତିତ ଅଛନ୍ତି କି? ଏହି ଲଭ୍ ବାଇଟକୁ ହଟାଇବା ପାଇଁ ଆପଣ ଘରୋଇ ଉପାୟ ଅବଲମ୍ବନ କରିପାରିବେ । ତେବେ ଏହି ଚିହ୍ନରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ଉପାୟ..
-ଲଭ୍ ବାଇଟରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଟୁଥପେଷ୍ଟ ବା ମଦର ବ୍ୟବହାର କରିପାରିବେ । ଚିହ୍ନ ଥିବା ସ୍ଥାନରେ ୧୦ ମିନିଟ ପର୍ଯ୍ୟନ୍ତ ଟୁଥପେଷ୍ଟ ଲଗାଇବା ପରେ ଏହା ପାଣିରେ ଧୋଇଦିଅନ୍ତୁ । ନଚେତ୍ ମଦକୁ କିଛି ତୁଳାରେ ଭିଜାଇ ସେହି ସ୍ଥାନକୁ ସଫା କରନ୍ତୁ । ଏପରି କରିବା ଦ୍ୱାରା ଦାଗରୁ ମୁକ୍ତି ମିଳିବ ।
-କଦଳୀ ଚୋପାକୁ ଲଭ୍ ବାଇଟ୍ ଦାଗରେ ହାଲୁକା ମସାଜ କରିବା ଦ୍ୱାରା ଦାଗ ପଳାଇଥାଏ ।
-ଥଣ୍ଡା ଚାମଚକୁ ମଧ୍ୟ ଲବ ବାଇଟ୍ ସ୍ଥାନରେ କିଛି ସମୟ ଘଷିବା ଦ୍ୱାରା ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ମିଳିବ ।