fbpx

ଘର ଆଲମାରୀରେ ଏହି ୪ଟି ଜିନଷ ରଖିଲେ, ଟଙ୍କା ପଇସାର ବର୍ଷା ହୋଇଥାଏ

ବାସ୍ତୁଶାସ୍ତ୍ରରେ ଏମିତି ଜିନିଷ ଅଛି ଯାହା ବଦଳେଇ ଦିଏ ମଣିଷର ଭାଗ୍ୟକୁ । ଘରର ପ୍ରତିଟି କୋଣ ମହତ୍ୱ ପୂର୍ଣ୍ଣ ଅଟେ । ତେଣୁ ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକଟି କୋଣ ଏବଂ ସେଠାରେ ରଖାଯାଉଥିବା ଜିନିଷ ଉପରେ ଗୁରୁତ୍ୱ ଦିଆଯାଇଥାଏ । କିନ୍ତୁ ଆମେ ଆମ ସୁବିଧା ଅନୁସାରେ ଘରେ ଜିନିଷ ରଖିଥାଉ । ହେଲେ ବାସ୍ତୁ ବିଜ୍ଞାନୀମାନେ କୁହନ୍ତି କି ଯଦି ଘରର ଜିନିଷକୁ ଠିକ ଜାଗା ଏବଂ ସଠିକ ଦିଗ ଅନୁସାରେ ରଖାଯାଏ ତେବେ ତାର ସକରାତ୍ମକ ପ୍ରଭାବ ଦେଖିବାକୁ ମିଳିଥାଏ ।

ତେବେ ଘରେ ରଖୁଥିବା ଆଲମାରୀକୁ ନେଇ ମଧ୍ୟ ,ବାସ୍ତୁଶାସ୍ତ୍ରରେ କୁହାଯାଇଛି । ଯଦି ଏହି ନିୟମ ଅନୁସାରେ ଆଲମାରୀରେ ଜିନିଷ ରଖାଯାଏ ତେବେ ଆଲମାରୀ ଆପଣଙ୍କ ସବୁ ଇଛାକୁ ପୂରଣ କରିବ । ଏହାକୁ ନେଇ ବାସ୍ତୁ ଶାସ୍ତ୍ରରେ କିଛି କୁହାଯାଇଛି । ଏହି ଜିନିଷ ରଖିବା ଦ୍ୱାରା ପରିବାରିକ ସୁଖ ସମୃଦ୍ଧି ବୃଦ୍ଧି ସହ ଧନର ଆଗମନ ହୋଇଥାଏ ।

-ବାସ୍ତୁ ବିଜ୍ଞାନୀମାନେ କହିଛନ୍ତି ଯେ, ଆଲମାରୀରେ ଅଖଣ୍ଡ ଭୋଜପତ୍ର ରଖନ୍ତୁ । ଏହି ଭୋଜପତ୍ର ଉପରେ ମୟୂର ପର ଦ୍ୱାରା ନାଲି ଚନ୍ଦନ ରେ ଶ୍ରୀ ଲେଖନ୍ତୁ । ଏହାପରେ ଆପଣ ଏହାକୁ ଆଲମାରୀରେ ରଖନ୍ତୁ । ଏହି ଉପାୟ କରିଲେ ଟଙ୍କା ଧୀରେ ଧୀରେ ବଢିବାକୁ ଲାଗିଥାଏ ।

-ଏହି କ୍ଷେତ୍ରରେ ହଳଦୀ ଖଣ୍ଡ ରଖିବା ମଧ୍ୟ ବହୁ ପରିମାଣରେ ଲାଭଦାୟକ । ଏହି ଉପାୟ କରିବା ପାଇଁ ନୀଳ ରଙ୍ଗର କପଡାରେ ଖଣ୍ଡ ହଳଦୀକୁ ବାନ୍ଧି ରଖନ୍ତୁ । ଏହାଛଡା ଆପଣ କିଛି କଉଡି, ରୂପା ବା ତମ୍ବା ପାତ୍ର ଏହାର ପାଖରେ ରଖିଲେ ଏହା ଅନେକ ଶୁଭ ଫଳ ଦେଇଥାଏ । ଜ୍ୟେତିଷ ଶାସ୍ତ୍ର ଅନୁସାରେ ଏକ ଚାଉଳରେ ହଳଦୀ ମିଶାଇ ଗୋଲାଇ ଦିଅନ୍ତୁ ଏହାକୁ ମଧ୍ୟ ଆପଣ ଆଲମାରୀରେ ରଖିପାରିବେ ।

– ଏହାଛଡା ଆଲମାରୀରେ ଅଗରବତୀ,ଚନ୍ଦନ କାଠ ରଖିପାରିବେ । ଫଳରେ ଆଲମାରୀ ସୁଗନ୍ଧରେ ପରିପୂର୍ଣ୍ଣ ହୋଇଥାଏ । ଆପଣ ଜାଣିଥିବେ ମାଆ ଲକ୍ଷ୍ମୀଙ୍କୁ ସୁଗନ୍ଧ ବହୁ ପସନ୍ଦ ହୋଇଥାଏ । ଏଥିପାଇଁ ସୁଗନ୍ଧ ରହିଲେ ଆଲମାରୀରେ ଟଙ୍କାର ପରିମାଣ ବଢିଥାଏ ।

-ଘରର ଆଲମାରୀରେ ଶ୍ରୀଫଳ ବା ପୂଜା ଯାଉଥିବା ଗୁଆ ରଖାଯାଏ । କହିବାକୁ ଗଲେ ଜ୍ୟେତିଷ ଶାସ୍ତ୍ରରେ ଛୋଟ ଗୁଆକୁ ଗଣେଷ ବା ମା ପାର୍ବତୀଙ୍କ ରୂପ ବୋଲି କୁହାଯାଏ । ଏହାକୁ ମଧ୍ୟ ଆପଣ ଆଲମାରୀରେ ରଖିଲେ ମା ଲକ୍ଷ୍ମୀଙ୍କ କୃପା ଲାଭ କରିପାରିବେ ।

 

Get real time updates directly on you device, subscribe now.