fbpx

ଶ୍ରଦ୍ଧା ମାମଲାରେ ମିଳିଲା ବଡ଼ ସୁରାକ୍: ଦିଲ୍ଲୀରେ ମାସକୁ ୨୦ ହଜାର ଲିଟର ପାଣି ମାଗଣା, ୩୦୦ ଟଙ୍କାର ପାଣି ବିଲ୍ ଆସିଲା କିପରି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିଲ୍ଲୀରେ ଘଟିଯାଇଥିବା ୨୬ ବର୍ଷୀୟା ଯୁବତୀ ଶ୍ରଦ୍ଧା ୱାଲକରଙ୍କ ହତ୍ୟା ମାମଲାରେ ନୂଆ ଅପଡେଟ୍ ଆସିଛି । ଏହି ଅପରାଧର ମୁଖ୍ୟ ଅଭିଯୁକ୍ତ ତଥା ୨୮ ବର୍ଷୀୟ ପ୍ରେମିକ ଅଫତାବ ପୁନାୱାଲା ପୋଲିସ ନିକଟରେ ନିଜର ଦୋଷ ସ୍ୱୀକାର କରିସାରିଛି । ତେବେ ଏହି ହତ୍ୟାକାଣ୍ଡକୁ ଏବେ ୬ ମାସ ପୂରିଯାଇଥିବା ବେଳେ ପ୍ରମାଣ ସଂଗ୍ରହ କରିବା ପୋଲିସ ପାଇଁ ମୁଖ୍ୟ ଚ୍ୟାଲେଞ୍ଜ ହୋଇଛି । ଯଦି ପୋଲିସ ପ୍ରମାଣ ସଂଗ୍ରହ କରିବାରେ ଅକ୍ଷମ ହୁଏ, ତେବେ ଭବିଷ୍ୟତରେ ଏଭଳି ମାନବ ରୂପୀ ଦାନବ ଖସିଯିବାର ସମ୍ଭାବନା ରହିଛି ।

ସୂଚନା ମୁତାବକ, ଶ୍ରଦ୍ଧା ହତ୍ୟା ମାମଲାରେ ଦିଲ୍ଲୀ ପୋଲିସକୁ ଏକ ବଡ଼ ସୁରାକ୍ ମିଳିଛି । ଅଫତାବର ଘରର ପାଣି ବିଲ କିଛି ନୂଆ ସୁରାକ ପ୍ରଦାନ କରିବ । ଅଫତାବଙ୍କ ଫ୍ଲାଟରେ ପାଖାପାଖି ୩୦୦ ଟଙ୍କାର ପାଣି ବିଲ୍ ବାକି ପଡ଼ିଥିବା ଜଣେ ପଡ଼ୋଶୀ ସୂଚନା ଦେଇଛନ୍ତି । ଅଫତାବଙ୍କ ସମସ୍ତ ପଡ଼ୋଶୀଙ୍କର ପାଣି ବିଲ୍ ଜିରୋ ଆସିଥିବା ବେଳେ ଅଫତାବଙ୍କର ଏତେ ବିଲ୍ କେମିତି ଆସିଲା ।

ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କୁ ମାସକୁ ୨୦ ହଜାର ଲିଟର ପାଣି ମାଗଣରେ ଦିଆଯାଉଥିଲା । ମାତ୍ର ଅଫତାବର ଫ୍ଲାଟରେ ୩୦୦ ଟଙ୍କାର ପାଣି ବିଲ୍ ବାକି ପଡ଼ିଥିବା ସୂଚନା ସମସ୍ତଙ୍କୁ ହତବାକ କରିଦେଇଛି । ତେବେ ହତ୍ୟା ପରେ ରକ୍ତର ଚିହ୍ନକୁ ସମ୍ପୂର୍ଣ୍ଣ ଭାବେ ପୋଛିବା ପାଇଁ ଅଫତାବ ପ୍ରଚୁର ପାଣିର ବ୍ୟବହାର କରିଥିଲା । ଏପରିକି ଅଫତାବ ବାରମ୍ବାର ପାଣି ଟାଙ୍କିକୁ ଦେଖିବାକୁ ଉପରକୁ ଯାଉଥିବା ପୋଲିସକୁ ଖବର ମିଳିଛି ।

Get real time updates directly on you device, subscribe now.